

କେନ୍ଦ୍ରୀୟ ରାମଲୀଳା ପଚାର ସମିତି ମାରୁତି ମଣ୍ଡପ କଟକ ଚୋଧୁରୀ ବଜାର ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ସଭାପତି ଚୋଧୁରୀ କାଶିନାଥ ମଲ୍ଲିକ ସହୋଯୋଗରେ ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସହିତ କିଭଳି ସମାଜରେ ରାମାୟଣ କଥା ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଏହି ଅନୁଷ୍ଠାନ ଭାଇଚାରା ସହରରେ ସମସ୍ତଙ୍କୁ ଏକତ୍ରିତ ହୋଇ ରାମାୟଣ କଥା ବସ୍ତୁକୁ ଆଗକୁ ନେବାକୁ ଉଦ୍ୟମ କରିବା ସହିତ ରାମଲୀଳା ପଚାର ସମିତି ମାରୁତି ମଣ୍ଡପ କଳାକାର ମାନଙ୍କୁ ନେଇ ଏକ ରାମ କଥା ନାଟକ ମାଧ୍ୟମରେ ପ୍ରଚାର କରିବା କହିଛନ୍ତି। ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଦାସ, ପ୍ରଦିପ କୁମାର ମହାପାତ୍ର, ସଭାପତି ଶୀବ ଦାସ, ପୂର୍ଣ୍ଣି ଚନ୍ଦ୍ର ସିଂ, ସାଧାରଣ ସମ୍ପାଦକ ଦିଲ୍ଲିପ କୁମାର ସ୍ବାଇଁଙ୍କ ସହିତ ଅନୁଷ୍ଠାନର ଅନେକ କର୍ମ କର୍ତ୍ତା ଯୋଗଦେଇ ପ୍ରଭୁ ରାମ କଥା ଆଲୋଚନା କରିଥିଲେ। ସଭାରେ ପ୍ରଫେସର ଦାର୍ଶନିକ ପଣ୍ଡିତ ନୀଳକଣ୍ଠ ରାଉତ ଯୋଗ ଦେଇଥିଲେ। ଶେଷରେ ପ୍ରସାଦ ସେବନ ଵେଵସ୍ଥା କରାଯାଇଥିଲା।