
ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ ପୂଜା ଘଟଣା ଉପରେ ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ ମୋ ପୁଅ ଠାକୁର ନୁହେଁ । ମୋ ପୁଅ ଠାକୁର ବୋଲି କେବେ କହିନି କି ପ୍ରଚାର କରିନି । କିଛି କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ବଦନାମ କରୁଛନ୍ତି । ସେପଟେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ ଜମିରେ ଆଶ୍ରମ ନିର୍ମାଣ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସ୍ଥାନୀୟ ଲୋକେ ଗଣମାଧ୍ୟମ ଆଗରେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା। “ବଡ଼ଧରଣର ଅଦଳବଦଳ କଲେ ସରକାର, ୬୬ ଅଧିକାରୀଙ୍କୁ ବଦଳି ” ଜିଲାପାଳ କହିଛନ୍ତି ଯେ, ବୈକୁଣ୍ଠଧାମ ଆଶ୍ରମ ବେଆଇନ ଭାବେ ନିର୍ମାଣ ହୋଇଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱର ଉପଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେ ଟିମ୍ ସହ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ। ତେବେ ଏହା ରାଜସ୍ୱ ଅଥବା ଜିଏ ଡିପାର୍ଟମେଣ୍ଟର ଯାଞ୍ଚ ପରେ ମାମଲା ସ୍ପଷ୍ଟ ହେବ ବୋଲି ଜିଲାପାଳ କହିଛନ୍ତି।