ଅନୁଗୋଳ:- ପୁର୍ବ ଶତୃତା କୁ ନେଇ ଦୁଇ ଭାଇଙ୍କୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୂଚନା ମୁତାବକ ଗତ ଦୁଇଦିନ ପୂର୍ବରୁ ଝଗଡ଼ା କୁ ନେଇ ରବିନ୍ଦ୍ର କୁମାର ବାରିକ ଙ୍କ ଦୁଇ ଯାଆଁଳା ପୁଅ ବିଧ୍ୟାନ୍ସୁ ବାରି(୧୫) ବିବ୍ରଂଶୁ ବାରିକ (୧୫) ତୁରଙ୍ଗ ଗାଁ ନିକଟରେ ଅନ୍ନୂର୍ଣ୍ଣା ହୋଟେଲ ଦେଇଛନ୍ତି। ରବିବାର ରାତି ୯ଟା ସମୟରେ ହଠାତ୍ ରଜତ ସାହୁ, ରାକେଶ ସେଠୀ, ହାପି ନାୟକ ହୋଟେଲ କୁ ଆସି ପ୍ରଥମେ ରୁଟି ତଡକା ମାଗିଥିଲେ ସେହି ସମୟର ଉଭୟ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ରଜତ ସାହୁ ଓ ତାଙ୍କର ସହଯୋଗୀ ମିସି ଦୁଇ ଭାଇଙ୍କୁ ଏକ ହକି ବାଡି ଓ ଖଣ୍ଡା ରେ ଆକ୍ରମଣ କରି କ୍ୟାସରୁ ୧୨ ହଜାର ଟଙ୍କା ନେଇ ସେଠାରୁ ଚାଲିଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି