ଆସନ୍ତା ୫ଜିନ ମଧ୍ୟରେ ରାଜ୍ୟରେ ବଢିବ ଶୀତ

ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି, ଆଗକୁ ଆହୁରି ଶୀତ ବଢିବାର ସମ୍ଭାବନା ରହିଛି । ଗତ ଦୁଇ ଦିନ ହେବ ରାଜ୍ୟରେ ପାରଦ ତଳମୁହାଁ ହୋଇଛି , ଯାହାଫଳରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିଛି । ଶନିବାର ଦିନ ପାରଳାଖେନୁଣ୍ତରେ ସର୍ବାଧିକ ତାପମାତ୍ର ୩୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ୨୦ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ଗତ ଦୁଇ ଦିନ ହେବ ଟ୍ୱିନ୍ ସିଟିରେ ମଧ୍ୟ ଶୀତ ଅନୁଭୂତି ହେଉଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିଏସ୍ ରହିଥିବାଳେ ରାଉରକେଲାରେ ୧୨.୭ ଡିଗ୍ରୀ , ଝାରସୁଗୁଡ଼ାରେ ୧୩.୦ ଡିଗ୍ରୀ ଏବଂ କେନ୍ଦୁଝରରେ୧୪.୫ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । “ରାଜ୍ୟ ସ୍ବାଭାବିକ ଠାରୁ ରାତିର ତାପମାତ୍ରା ଅଧିକ: ୧୩ ତାରିଖ ଯାଏଁ ପାଗ ରହିବ ଶୁଖିଲା” ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ରାଜ୍ୟରେ ଆସନ୍ତା ୫ଜିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *