
ରାୟଗଡ ଦୁଇଦିନିଆଗ୍ରସ୍ତରେ ଗଣଶିକ୍ଷା ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସି ବିଭିର୍ଣ୍ଣ ଯୋଜନାର ସମୀକ୍ଷା କରିଛନ୍ତି। ଗତକାଲି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ ପରେ ଆଜି ରାୟଗଡା ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ସ୍କୁଲ ଓ ଗଣଶିକ୍ଷା ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଜିଲ୍ଲାରେ ରହିଥିବା ବିଦ୍ୟାଳୟ ମାନଙ୍କରେ ଲାଗିରହୁଥିବା ସମସ୍ଯା ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଶିକ୍ଷା ର ବିକାଶ ପାଇଁ ଅଧିକ ଯତ୍ନବାନ ହେବା ପାଇଁ ମନ୍ତ୍ରୀ ରାୟଗଡା ଜିଲ୍ଲାପାଳ ପାରୁଲ ପଟୱରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବାଶ୍ରମରେ ଛାତ୍ରଛାତ୍ରୀ ମାନେ ମୃତ୍ଯୁବରଣ କରୁଥିବା ଘଟଣାକୁ ମନ୍ତ୍ରୀ ନିନ୍ଦା କରିବା ସହ ଆଗାମୀ ଦିନରେ ଏଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ। ବିଶେଷ କରି ଜାତି ଓ ଜନଜାତି ଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ରହିଥିବା ବେଳେ ସେସବୁ କିପରି ସଠିକ ଭାବେ କାର୍ଯ ହେବ ତାଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ସରକାରୀ କାର୍ଯରେ ଯଦି କୋୖଣସି ଅଧିକାରୀ ଖିଲାଫ୍ ଓ ଅବହେଳା କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଉପସ୍ଥିତ ଥିଲେ। ଆଦିବାସୀ ଅଧୂଷିତ ରାୟଗଡା ଜିଲ୍ଲାରେ ଶିକ୍ଷା ର ବାକାଶ ପାଇଁ ବିଭାଗ ଆଗେଇ ଆସିବା ସହ ସେବାଶ୍ରମ ମାନଙ୍କରେ ପିଲା ମାନଙ୍କ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ରାୟଗଡ଼ରୁ ସୁରେନ୍ଦ୍ର ରଥଙ୍କ ରିପୋର୍ଟ