ପିଓକେରେ ଚାମ୍ପିଆନ୍ସ ଟ୍ରଫି ବୁଲାଇବ ପାକିସ୍ତାନ

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଆଳୁ ଦୋଷ । ଜାଣିଶୁଣି ଭାରତ ସହ ବିବାଦ ସୃଷ୍ଟି କରିବାକୁ ଯାଉଛି । ନିକଟରେ ପିସିବି ପକ୍ଷରୁ ଚାମ୍ପିଆନ୍ସ ଟ୍ରଫି ଟୁରର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିବାବେଳେ ସେଥିରେ ପିଓକେ ଟୁର ନେଇ ଉଲ୍ଲେଖ ରହିଛି । ଯାହାକୁ ନେଇ ବିବାଦ ସୃଷ୍ଟିହୋଇଛି । ୨୦୨୫ରେ ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିଆନ୍ସି ଟ୍ରଫି ଖେଳିବାକୁ ଭାରତ ଯିବ ନାହିଁ । ଯେଉଁଥିପାଇଁ ଭେନ୍ୟୁ ପରିବର୍ତ୍ତନ ପାଇଁ ଆଇସିସି ଚିନ୍ତା କରୁଛି । ଅପରପକ୍ଷରେ ନଭେମ୍ବର ୧୬ରୁ ଇସଲମାବାଦରେ ପିସିବି ପକ୍ଷରୁ ଚାମ୍ପିଆନ୍ସ ଟୁର ଆରମ୍ଭ ହେବ । ଯେଉଁଥିରେ ସ୍କାର୍ଦ୍ଦୁ, ମୁରି, ହୁଞ୍ଜା ଓ ମୁଜାଫାରବାଦ ମଧ୍ୟ ପିସିସି ଟୁର୍‌ କରିବ । ଏହି ଅଞ୍ଚଳଗୁଡ଼ିକ ପାକ୍‌ ଅଧିକୃତ କାଶ୍ମୀରରେ ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ସ୍ୱାଭାବିକ । ଭାରତକୁ ରଗେଇବା ପାଇଁ ପିସିବି ଏଭଳି ରଣନୀତି କରିଥିବା କୁହାଯାଉଛି । ଭାରତ ହେଉଛି ବିଶ୍ୱ କ୍ରିକେଟର ପାୱାରହାଉସ୍‌ । ପାକିସ୍ତାନରେ ଭାରତ ଖେଳିବାକୁ ଚାହୁଁନଥିବାରୁ ଆଇସିସି ସ୍ଥାନ ପରିବର୍ତ୍ତନ କରିବାକୁ ବି ଯୋଜନା କରିଛି । ଭାରତ ତାହାର ମ୍ୟାଚଗୁଡ଼ିକ ୟୁଏଇରେ ଖେଳିବାକୁ ଯୋଜନା ହୋଇଛି । ଏମିତିକି ପାକିସ୍ତାନ ଏଥିରେ ରାଜି ନହେଲେ ଚାମ୍ପିଆନ୍ସ ଟ୍ରଫିର ସମସ୍ତ ଭେନ୍ୟୁ ବଦଳିବା ସହ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯିବାର ବି ଆଶଙ୍କା ରହିଛି । ପାକିସ୍ତାନ ସବୁବେଳେ ପିଓକେକୁ ନେଇ ଭାରତ ସହ ବିବାଦ କରୁଛି । ଏହି ବିବାଦୀୟ ସ୍ଥାନକୁ ପାକିସ୍ତାନ ବିଦେଶୀ ପ୍ରତିନିଧିମଣ୍ଡଳୀଙ୍କୁ ଆମନ୍ତ୍ରଣ ମଧ୍ୟ କରୁଛି । ଆଇସିସି ଚାମ୍ପିଆନ୍ସ ଟ୍ରଫି ବିବାଦ ୨୦୨୫ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ପାକିସ୍ତାନର ଲାହୋର, ରାୱଲପିଣ୍ଡି ଓ କରାଚୀରେ ଚାମ୍ପିଆନ୍ସ ଟ୍ରଫି ଆୟୋଜିତ ହେବ । ଏଥିରେ ୮ଟି ଟିମ୍‌ ଅଂଶଗ୍ରହଣ କରିବେ । ତେବେ ପାକିସ୍ତାନରେ ଭାରତ ଖେଳିବ ନାହିଁ ବୋଲି ସ୍ପଷ୍ଟ କରିଛି ।

Leave a Reply

Your email address will not be published. Required fields are marked *