ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ଏହା କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆପଣ ସୁଭଦ୍ରା ଟଙ୍କା ପାଇନାହାନ୍ତି କି? ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି ଟିପ୍ସ ଦେଇଛନ୍ତି । ହିତାଧିକାରୀଙ୍କୁ ଶ୍ରୀମତୀ ପରିଡ଼ା କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ ହୋଇନି । ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ । ଯାହାଙ୍କ ଦୁଇ ତିନୋଟି ଆକାଉଣ୍ଟ ରହିଛି ସେମାନଙ୍କ ଏହି ସମସ୍ୟା ରହୁଛି । ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଏ ନମ୍ବର ଯୋଡ଼ିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛି ।
ଏହାଛଡ଼ା ସେ କହିଛନ୍ତି ଯେ ଆସନ୍ତା ୨୪ ତାରିଖ ଦିନ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା । ଏଥିରୁ କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଟିମ ଗାଁକୁ ଗାଁ ଯିବ । ଅଙ୍ଗନବାଡ଼ି କର୍ମୀମାନେ ବ୍ୟକ୍ତିଗତଭାବେ ଭାରିଫେକେସନ କରିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।

ତେବେ ଆପଣଙ୍କର କ’ଣ କ’ଣ ସମସ୍ୟା ଅଛି ତାହା ପ୍ରଥମେ ଜାଣିନିଅନ୍ତୁ । ସୁଭଦ୍ରା ଅଧୀନରେ ପଞ୍ଜିକୃତ ଆବେଦନକାରୀମାନଙ୍କ ମଧ୍ୟରୁ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସମ୍ବଦ୍ଧୀୟ ସମସ୍ୟା ଅଛି ସେମାନେ ପ୍ରଥମେ ତାହାର ଯାଞ୍ଚ କରନ୍ତୁ । ଯଥା ଆଧାର ସଂଯୋଗୀକରଣ ନହେବା, ଆଧାର ଅଚଳ ହେବା, ସିଧାସଳଖ ଲାଭ ପ୍ରାପ୍ତି ନିମନ୍ତେ ଆକାଉଣ୍ଟ ସକ୍ଷମ ନଥିବା, ଆକାଉଣ୍ଟ ଅଚଳ ଥିବା ଓ ଇ-କେୱାସି ହୋଇନଥିବା ଇତ୍ୟାଦି ସମସ୍ୟା ଥାଇପାରେ । ଏହି ସବୁ ସମସ୍ୟା ଥିବା ଆବେଦନକାରୀଙ୍କ ଏକ ତାଲିକା ସୁଭଦ୍ରା ୱେବସାଇଟ ତଥା ସମ୍ପୃକ୍ତ ବ୍ଲକ/ ପଞ୍ଚାୟତ/ ମୁ୍ୟନିସିପାଲିଟି/ ୱାର୍ଡ କାର୍ଯ୍ୟାଳୟରେ ଉପଲବ୍ଧ କରାଯାଇଛି । ଏହି ଅଧୀନରେ ପଞ୍ଜିକୃତ ହିତାଧିକାରୀମାନେ ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରି ଉକ୍ତ ସମସ୍ୟାଗୁଡ଼ିକର ସମାଧାନ କରିଦେବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *