3ଜଣ ମଟରସାଇକେଲ ଲୁଟେରା ଙ୍କୁ ଗିରଫ କରିଛି ପୋଲିସ

ରାଜଗାଙ୍ଗପୁର (କଲିଙ୍ଗ ପ୍ରଭା ଟିଭି) ରାଜଗାଙ୍ଗପୁର ପୋଲିସଙ୍କୁ ମିଳିଲା ବଡ଼ ସଫଳତା ଦୁଇ ମାସ ଭିତରେ ଲୁଟେରା ମାନେ 5ଟି  ମଟର ସାଇକେଲ ଚୋରି କରିବା ପରେ ପୋଲିସ ଙ୍କର ନିଦ ହଜାଇ ଦେଇ ଥିଲେ ଲୁଟେରା ମାନେ ଯାହା ହେଉ ପୋଲିସ ର ଉଦ୍ୟମ ପରେ ଚୋରି ହୋଇ ଥିବା ମଟର ସାଇକେଲ ଉଦ୍ଧାର କରି ପାରିଛନ୍ତି l ଚୋରି ହୋଇଥିବା ରାଜଗାଙ୍ଗପୁର ଥାନା ର କେସ ନମ୍ବର 299/24, 309/24, 310/24,338/24,348/24 ଏବଂ ରାଇବଗା ଥାନା ଅଞ୍ଚଳ ରୁ ଚୋରି ହୋଇ ଥିବା ଯାହାର ଥାନା କେସ ନମ୍ବର 36/24 ରେ ରୁଜୁ କରାଯାଇ ତଦନ୍ତ ଜାରି ରଖି ଥିଲେ ପୋଲିସ  ମଟର ସାଇକେଲ ମଧ୍ୟରେ ଅଛି କେ ଟି ଏମ ମଟରସାଇକେଲ ଯାହା ର ରେଜିଷ୍ଟ୍ରସନ ନମ୍ବର ଓଡି /14ଏ ଏଫ 7406, ଅନ୍ୟମଟର ସାଇକେଲ ଯାହାର କି  ନମ୍ବର ପ୍ଲେଟ ନାହିଁ  ତା ମଧ୍ୟରେ ତିଭିଏସ ଆପଚି, ୟାହା ମା, ବଜାଜ ପଲସର, ହିରୋ ସେଣ୍ଡର, ଟି ଭିଏସ ଆପଚି ମଟର ସାଇକେଲ କୁ ଜବତ କରି ବା ସହ ଚୋରି ରେ ସମ୍ପୃକ୍ତ ବିକାଶ  ଟପ୍ପୋ, ବିନୟ ଏକ୍କା, ହରିଶନ ଏକ୍କା କୁ ଗିରଫ କରି କୋର୍ଟ ଚାଳଣ କରି ଥିବା  ଆଜି ରାଜଗାଙ୍ଗପୁର ଏସ ଡି ପିଓ ଅଭିଷେକ ପାଣିଗ୍ରାହୀ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନଙ୍କ ଉପସ୍ଥିତରେ  ଥାନା ପରିସର ରେ ସାମ୍ବାଦିକ ମାନଙ୍କୁ ପ୍ରେସ ବାର୍ତ୍ତା ପ୍ରଦାନ କରି ଥିଲେ l 

Leave a Reply

Your email address will not be published. Required fields are marked *