ଅନୁଗୋଳ: ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ କର୍ମଶାଳା

ଅନୁଗୋଳ (ଦିଲୀପ କୁମାର ଚୋପଦାର ) : ଜିଲ୍ଲା ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷ, ଅନୁଗୋଳ ଆନୁକୁଲ୍ୟରେ ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ ଜିଲ୍ଲା କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତା କରିଥିବା ବେଳେ,  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇଥିଲେ। ବୈଠକ ରେ ବନ୍ୟା, ବାତ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା ପାଇଁ ପୂର୍ବ ଓ ପର ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିଲା। ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ସାଗର କୁମାର ରାୟ ବୈଠକ ରେ ଉପସ୍ଥିତ ରହି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଜରୁରୀକାଳୀନ ପରିସ୍ଥିତି ର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।  ଏହି ବୈଠକ ରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସୁବେନ୍ଧୁ କୁମାର ଜେନା ଙ୍କ ସମେତ ରାଜସ୍ବ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଅଗ୍ନିଶମ, ସ୍ବାସ୍ଥ୍ୟ, ପୂର୍ତ୍ତ, ଓଡରାଫ, ବିଏସଏଏଲ୍, ବିଦ୍ୟୁତ୍ ଇତ୍ୟାଦି ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *