
ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ: ପାରାଦୀପ ନିର୍ବାଚନ ମଣ୍ଡଳୀରେ ପ୍ରଥମ କରି ଭାରତୀୟ ଜନତା ପାର୍ଟି ତରଫରୁ ନୂତନ ଭାବେ ବିଧ୍ୟାୟକ୍ ଭାବେ ସମ୍ପଦ ସ୍ୱାଇଁ ଜିତିଥିବା ବେଳେ ପରେ ପରେ ତାଙ୍କୁ ବିଧାନ ସଭାରେ ମନ୍ତ୍ରୀ ପଦ ମିଳିବା ପରେ ବିଧ୍ୟାୟକ ଙ୍କ ଉପରେ ଭରସା କରି ନୂତନ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଦୁଇ ଦୁଇଟି ବିଭାଗର ଦାୟିତ୍ଵ ଯାହାକି ସ୍ଲିପ ଓ ବୈଷୟିକ ଶିକ୍ଷା ର ଦାଇତ୍ୟୋ ବଣ୍ଟନ କରିଛନ୍ତି l ଏହାକୁ ନେଇ ବିଧାୟକ ସମ୍ପଦ ସ୍ୱାଇଁ ଖୁସି ଓ ଆନନ୍ଦୀତ ଥିବା ଦେଖିବାକୁ ମିଳୁଥିବା ବେଳେ ଏହା ଏକ ଗୁରୁ ଦାଇତୋ ବୋଲି ସମ୍ପଦ ସ୍ୱାଇଁ କହିଛନ୍ତି l ଏତେଦିନ ପରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ନିଜର ଜମ୍ନ ଭୂମି ମା ମାଟି ମାଟିର ପୁଅ ପାରାଦୀପ ନିଜ ନିର୍ବାଚନ ମଣ୍ଡଳୀକୁ କୁ ଆସୁ ଥିବାନେଇ ବହୁ ଦଳୀୟ କର୍ମୀ ଓ ବୁଦ୍ଧି ଯିବି ,ଯୁବ ବର୍ଗ,ମା ମାଉସୀ ମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା l ପାରାଦୀପ ନିର୍ବାଚନ ମଣ୍ଡଳୀ ଓ ନିଜ ଜନ୍ମ ମାଟିକୁ ଫେରୁଥିବା ନେଇ ଉତ୍ସାହିତ କର୍ମୀମାନେ ଠାକୁ ଠା ଯାହାକି ରାହାମା ,କୁଜଙ୍ଗ , ବୁତୁମୁଣ୍ଡାଇ, ନୂୟାଗଡ ପ୍ରଭୁତି ସ୍ଥାନରେ ପହଞ୍ଚି ବା ମାତ୍ରେ ମନ୍ତ୍ରୀ ଙ୍କୁ ପୁଷ୍ପ ଗୁଛ ଓ ପୁଷ୍ପ, ମାଳ ସହିତ ଉତ୍ତରୀୟ ଦେଇ ସମ୍ବୋଧିତ କରିଥିଲେ l ଶେଷରେ ପାରାଦୀପ ସ୍ଥିତ ଜିରୋ ପଏଣ୍ଟ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ l ସେଠାରେ ଉପସ୍ଥିତ ଥିବା ଦଳୀୟ କର୍ମୀ ମାନେ ବହୁ ମାତ୍ରାରେ ଯୋଗଦେଇ ଉତ୍ସାହରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ l