ବୌଦ୍ଧ ଜିଲ୍ଲା ମନ୍ତ୍ରୀପଦ ରୁ ବାଦ; ଦେଖିବାକୁ ମିଳିଛି ଜନଅସନ୍ତୋଷ

ହରଭଙ୍ଗା :13/6/24 :(ବ୍ୟୁରୋ ରିପୋର୍ଟ ):ଗତ ବୁଧବାର ଦିନ ଭୁବନେଶ୍ୱର ଜନତାମୈଦାନ ଠାରେ ରାଜ୍ୟ ର ନବନିର୍ବାଚିତ ବିଜେପି ସରକାର ଶପଥଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ମିଶାଇ ମୋଟ 13 ଟି ଜିଲ୍ଲା ରୁ 16 ଜଣ ଶପଥଗ୍ରହଣ କରିଥିଲେ। ବାକି 17 ଜିଲ୍ଲା କୁ ମନ୍ତ୍ରୀପଦ ମିଳିନଥିଲା। ସେଥିମଧ୍ୟରୁ ବୌଦ୍ଧ ଜିଲ୍ଲା ମଧ୍ୟ ମନ୍ତ୍ରୀଶୂନ୍ୟ ଜିଲ୍ଲା ଭାବରେ ପରିଗଣିତ ହୋଇଛି । ପ୍ରକାଶ ଥାଉ କି ବିଗତଦିନ ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ସାମିଲ କରାଯାଇ ବାଚସ୍ପତି, ଅର୍ଥମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ପାନୀୟଜଳ, ଲୋକସମ୍ପର୍କ ଓ ସୂଚନା, ପଞ୍ଚାୟତରାଜ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ ବିଭାଗ ରେ ସାମିଲ କରାଯାଇଆସୁଥିବା ବେଳେ ଏଥର କିନ୍ତୁ ମନ୍ତ୍ରୀଶୂନ୍ୟ ହୋଇଛି ବୌଦ୍ଧ ଜିଲ୍ଲା।ଚଳିତ 2024 ସାଧାରଣ ନିର୍ବାଚନ ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ରୁ ପ୍ରତିଦ୍ବନ୍ଦିତା କରୁଥିବା ଛ ଛ ଥର ର ବିଜେଡ଼ି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କୁ ବିଜେପି ର ଯୁବପ୍ରାର୍ଥୀ ସରୋଜ କୁମାର ପ୍ରଧାନ ପରାଜିତ କରି ନିର୍ବାଚିତ ହୋଇଛନ୍ତି।କିନ୍ତୁ ଦୁର୍ଭାଗ୍ୟ ର ବିଷୟ ବିଜେପି ସରକାର ର ନୂତନ ମନ୍ତ୍ରୀମଣ୍ଡଳ ରେ ବୌଦ୍ଧ ଜିଲ୍ଲା କୁ ସାମିଲ କରା ନ ଯିବା ଘଟଣା ବିଜେପି କର୍ମୀ ଓ ଜିଲ୍ଲାବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।ତେଣୁ ପୁନର୍ବାର ରାଜ୍ୟ ବିଜେପି ନେତୃବୃନ୍ଦ ବିଚାର କରି ବୌଦ୍ଧ ଜିଲ୍ଲାକୁ ମନ୍ତ୍ରୀମଣ୍ଡଳ ରେ ସାମିଲ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *