ବିଜୟୀଲାଭ କରିବା ପରେ ଜିଲ୍ଲାବାସୀ ଙ୍କୁ ଅଭିନନ୍ଦନ ଜଣେଇଲେ ବିଜେପି ବୌଦ୍ଧ ଜିଲ୍ଲା ସଭାପତି

ହରଭଙ୍ଗା :5/6/24:(ବ୍ୟୁରୋ ରିପୋର୍ଟ ):ଦୀର୍ଘ ,୨୫ ବର୍ଷ ପରେ ବୌଦ୍ଧ ଜିଲ୍ଲା ର ଦୁଇଗୋଟି ବିଧାନସଭା, ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ଆସନ କୁ ବିଜେପି ର ପ୍ରାର୍ଥୀ ଶ୍ରୀ ଯୁକ୍ତ ସରୋଜ କୁମାର ପ୍ରଧାନ ଓ ଶ୍ରୀଯୁକ୍ତ କହେଁଇ
ଚରଣ ଡ଼।ଙ୍ଗ ଙ୍କ ଐତିହାସିକ ବିଜୟ ଯୋଗୁଁ ବିଜେଡି ଦଳ ଠାରୁ ଛଡ।ଇ ଆଣିବାରେ ସକ୍ଷମ ହୋଇଛନ୍ତି।ଯାହା ଫଳରେ ଜିଲ୍ଲା ରେ ଜନସାଧାରଣ ଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଧନା ଉତ୍ସବରେ ସବୁ ଶ୍ରେଣୀର ଲୋକଙ୍କ ଯୋଗଦାନ୍ କରି ମୋଦୀ ଜି ଙ୍କ ନୀତି ଆଦର୍ଶ କୁ ପ୍ରଶଂସା କରାଯାଇଅଛି।ବିଶେଷ କରି ଏହି ବିଜୟ ର ଶ୍ରେୟ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ଦଳୀୟ ପଦାଧିକାରୀ ମାନଙ୍କୁ ନେଇ, ସଂଗଠନ କୁ ଧରି ମୋଦୀ ଜି ଙ୍କ ବିକାଶ ର ବାର୍ତ୍ତା ପ୍ରଚାର ପ୍ରସାର ସହିତ , ରାଜନୀତିର ବିଭିନ୍ନ ରଣନୀତି,କୁ ଭୋଟର୍ ମାନଙ୍କୁ ଆକୃଷ୍ଟ କରିବା କାରଣ ଯୋଗୁଁ
ଏତେ ବର୍ଷ ବ୍ୟବଧାନରେ ଦୁଇଟି ନିର୍ବାଚନ ମଣ୍ଡଳୀ ସହିତ ଲୋକସଭା ର ପ୍ରାର୍ଥୀ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ବିଜୟ ନିଶ୍ଚିତ ହୋଇପାରିଛି।

Leave a Reply

Your email address will not be published. Required fields are marked *