
ଅନୁଗୁଳ (ଦିଲୀପ କୁମାର ଚୋପଦାର ): ନେସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ ) ହେଉଛି ଏକ ନବରତ୍ନ ଉଦ୍ୟୋଗ।ଏହା ଓଡ଼ିଶା ରେ ଆଲୁମିନିୟମ ଉତ୍ପାଦନ ପାଇଁ ସାରା ଭାରତ ବର୍ଷ ରେ ପ୍ରସିଦ୍ଧ କିନ୍ତୁ ଏବେ ଏହା କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କ ପାଇଁ ନବରତ୍ନ ରେ ଆଞ୍ଚ ଆସିବାକୁ ବସିଥିବା ଖବର ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । ବିଭିନ୍ନ ସମୟ ରେ ପାଉଁଶ ନିର୍ଗମନ ପାଇପ ଫାଟି ଅଂଚଳ କୁ ପ୍ରଦୂଷଣ କରୁଛି ଏବଂ ଲୋକ ଙ୍କ ଜୀବନ ଜୀବିକା ବ୍ୟାହତ ହେଉଥିବା ଜଣାଯାଏ । ପାଉଁଶ ପାଇପ ରକ୍ଷଣା ବେକ୍ଷଣ ଠିକ୍ ରେ ହେଉନାହିଁ କି ? ରକ୍ଷଣା ବେକ୍ଷଣ ଟଙ୍କା ର ମିଥ୍ୟା ବିଲ, ଭାଉଚର୍ ହୋଇ କିଛି ଅଧିକାରୀଙ୍କ ପକେଟ ଗରମ ହେଉ ନାହିଁ ତ ? ସ୍ଥାନୀୟ ବାସିନ୍ଦା ଙ୍କ କହିବା କଥା ଯେ, କିଛି ଅଧିକାରୀ, କର୍ମଚାରୀ ବହୁ ବର୍ଷ ରୁ ଏଇଠି ରହିଛନ୍ତି ଏବଂ ମାନମାନି କରି ଦୁର୍ନୀତି ରେ ଡୁବି ରହିଛନ୍ତି । ଏମାନଙ୍କ କାର୍ଯ୍ୟ ର ତଦନ୍ତ ସିବିଆଇ , ଇଡି ଦ୍ଵାରା କରାଯିବା ପାଇଁ ଦୃଢ ଦାବୀ କରିଛନ୍ତି । ସି ଏସ ଆର କାର୍ଯ୍ୟକ୍ରମ କେବଳ ଲୋକ ଦେଖାଣିଆ ସଦୃଶ ।ମହିଳା ଏବଂ ବାଳିକା ସଶକ୍ତିକରଣ , ପାର୍ଶ୍ଵବର୍ଟି ଗାଆଁ ରେ ଠିକ୍ ଭାବେ ପାନୀୟ ଜଳ ଲୋକଙ୍କୁ ବିତରଣ କରାଯାଉ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । CSR ଟଙ୍କା ରେ ନିର୍ମିତ ନିର୍ମାଣ କାମ ନିମ୍ନ ମାନ ର ହେଉଛି ବୋଲି ଲୋକେ ଅଭିଯୋଗ କରି କରିଛନ୍ତି । ସୂଚନା ଯୋଗ୍ୟ ଯେ, ପିଙ୍ଗୁଳା ଗ୍ରାମ ନିକଟରେ ପାଉଁଶ ପାଇପ୍ ଅଚାନକ ଫାଟି ଆଖ ପାଖ ରେ ତରଳ ପାଉଁଶ ସହିତ ପାଉଁଶ ପାଣି ମାଡି ଯାଇଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ପରେ ନାଲକୋ ପ୍ରବନ୍ଧନ ର ଜନ ସଂପର୍କ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ଯେ, ପାଇପ୍ ମରାମତି କରାଯାଇଛି ଏବଂ କୌଣସି ଫସଲ ହାନୀ ହୋଇନାହିଁ ।ଏହି ପ୍ରେସ ବିଜ୍ଞପ୍ତି ରୁ ଜଣାପଡ଼ିଛି ଯେ, ନାଲକୋ ପ୍ରବନ୍ଧନ ନିଜ ଡେଣା ରୁ କାଦୁଆ ଝାଡିବାରେ ସିଦ୍ଧହସ୍ତ ତେବେ ପାଉଁଶ ଦ୍ଵାରା କଣ ପରିବେଶ ପ୍ରଦୂଷଣ ହେଉନାହିଁ ? ପାଉଁଶ ଶୁଖି ପବନ ରେ ଉଡୁଛି ଫଳରେ ପାଖ ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଘଟଣା ର ସମ୍ମୁଖୀନ କୁ ଏଡ଼ାଇ ଦିଆଯାଇ ନ ପାରେ । ଏହି ସବୁ କାର୍ଯ୍ୟ ପାଇଁ ନାଲକୋ ର କର୍ପୋରେଟ ଇମେଜ ନଷ୍ଟ ନଷ୍ଟ ହେଉଛି । ଗ୍ରାମୀଣ ମାନେ କହୁଛନ୍ତି ତାଙ୍କ ପୋଖରୀ ରେ ପାଉଁଶ ପାଣି ମାଡ଼ିଯିବା ଫଳରେ ବହୁ କ୍ଷତି ଘଟିଛି ।