
ବରଗଡ (କାର୍ତ୍ତିକ ବରିହା): ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତଗତ ସୋହରାଟିକ୍ରାଠାରେ ସୋମବାର ରାତିରେ ଘଟିଥିବା ମଙ୍ଗନିଆ ସେଠ(52)ହତ୍ୟା ଘଟଣାର ପର୍ଦାଫାଶ କରିଛି l ନିଶା ସେବନ ପାଇଁ ଟଙ୍କା ନ ଦେବାରୁ ରାତିରେ ଶୋଇଥିବାବେଳେ ପ୍ରତିଶୋଧ ପରାୟଣ ହେଇ ନିଶାସକ୍ତ ପୁଅ ନିଜର ବାପାଙ୍କୁ ଏକ ଶକ୍ତ ରସିରେ ଗଲା ଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି l ସୂଚନା ଅନୁସାରେ, ସହରାଟିକ୍ରା ଅରୋ ବିହାର ନିକଟରେ ରହୁଥିବା ମଙ୍ଗନିଆ ସେଠ ସୋମବାର ରାତି ଭୋଜନ ପରେ ପ୍ରବଳ ଗୁଲୁଗୁଳି ଯୋଗୁଁ ନିଜର ଦଉଦିଆ ଖଟ ନେଇ ଛାତ ଉପରକୁ ଶୋଇବାକୁ ଯାଇଥିଲେ l କିନ୍ତୁ ପରଦିନ ସକାଳୁ ଦୀର୍ଘ ସମୟଧରି ନ ଉଠିବାରୁ ପରିବାର ଲୋକେ ଛାତ ଉପରକୁ ଯାଇଥିଲେ l ମାତ୍ର ଖଟିଆରେ ତାଙ୍କର ମୃତଦେହ ପଡିଥିବା ଏବଂ ଗଲାରେ ଦାଗ, ଆଣ୍ଠୁରେ ଆଘାତ ଲାଗିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ l ଖବର ପାଇ ଭେଡେନ ଥାନା ଅଧିକାରି ପ୍ରେମଜିତ ଦାସ ସଦଳବଳେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କୁକୁର ସାଇଣ୍ଟିଫିକ ଟିମ ଜରିଆରେ ଅନୁସନ୍ଧାନ ଆରମ୍ଭ କରିଥିଲେ l ମାତ୍ର ପରିପାଶୋରବିକ ସ୍ଥିତି, ବାପା,ପୁଅଙ୍କ କଲି, ସ୍ଥାନୀୟ ସରପଞ୍ଚଙ୍କ ବୟାନ ଅନୁଯାୟୀ ତାଙ୍କ ପୁତ୍ର ଗୋପାଳ(28)କୁ ସନ୍ଦେହରେ ଥାନାରେ ଅଟକ ରଖି ଜେରା କରିଥିଲା l ତେବେ ପୋଚରାଉରା ସମୟରେ ଗୋପାଳ ପୋଲିସ ଆଗରେ ସମସ୍ତ ଘଟଣାକ୍ରମ ପ୍ରକାଶ କରିଥିବା ପୋଲିସ କହିଛି l ଏ ନେଇ ମୃତଙ୍କ ଝିଅ ମାଧବିଙ୍କ ଏତଲା ଅନୁଯାୟୀ ପୋଲିସ ଦଫା 302ରେ ଏକ ମାମଲା 165/24ରୁଜୁ କରିଛି l ତେବେ ଘଟଣାର ପର୍ଦାଫାଶ ହେବାପରେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି l