ମେସିନ ରେ ଚାଲିଛି ହଳଦୀଡ଼ଙ୍ଗରି ରୁ ଜଗିଚଟାନ ରାସ୍ତା କାମ ପ୍ରଶାସନ ର ଦୃଷ୍ଟି ପଡୁନି

ରାଇଘର ,(ବ୍ୟୁରୋ ରିପୋର୍ଟ ): ମନେରଗା କାମ ଯାହାକି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଏହି ଯୋଜନା ରେ ଶ୍ରମିକ ଙ୍କ ନିଜ ବ୍ୟାଙ୍କ ଖାତାରେ ଯିବ ସରକାରି ପଇସା କିନ୍ତୁ କେତେକ ଜାଗାରେ ଶ୍ରମିକ କାମ ନ କରି ମେସିନ ରେ କରାଯାଉଛି କାମ ଏବଂ ଶ୍ରମିକ ଙ୍କ ନାମ ଦର୍ଶାଇ ଶ୍ରମିକ ଙ୍କ ବ୍ୟାଙ୍କ ଖାତାକୁ ଯାଉଛି ପଇସା ଏଥିପ୍ରତି ପ୍ରଶାସନ ର ନଜର ପଡୁନି ସୂଚନା ଥାଉ କି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କୁମୁଲି ପଂଚାୟତ ର ହଳଦୀଡ଼ଙ୍ଗରି ଗ୍ରାମ ରୁ ଯୋଗୀଚଟାନ ଗ୍ରାମ କୁ ସରକାରୀ ତରଫରୁ ରାସ୍ତା  ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ରାସ୍ତା ମେସିନ ସାହାଯ୍ୟ ରେ ତିଆରି ଚାଲିଛି ଏହି କାମ ପାଖରେ କୌଣସି ସୂଚନାଫଳକ ନାହିଁ ଏହି କାର୍ଯ୍ୟ ର ଅଟକଳ ମୂଲ୍ୟ କେତେ ମେଟ ଙ୍କ ନାମ କଣ ତାହା ମଧ୍ୟ ଜଣାପଡ଼ିନାହିଁ ସୂଚନାଥାଉ କି ପଂଚାୟତ ଅଧିକାରୀ ଏହି କାର୍ଯ୍ୟବିଷୟରେ ଜାଣିନଥିବା କହିଛନ୍ତି, ବଡ଼ ଆର୍ଚଯ୍ୟ ର କଥା ବାରମ୍ବାର ସରକାର ଙ୍କ ନିର୍ଦେଶ ରହିଛି କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରିବାର କିନ୍ତୁ ଏହି ନିୟମକୁ ସମ୍ପୂର୍ଣ ଭାବେ  ଅଣଦେଖା କରାଯାଇଛି ଗୋଟେପଟେ ଲୋକେ କାମ ନ ପାଇଁ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକ କୁ କାମ ନ ଦେଇ ମେସିନ ରେ କରାଯାଉଛି ସରକାରି କାମ ଏଥିପ୍ରତି ବ୍ଲକ ର କୈଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ପଡୁନି ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି |

Leave a Reply

Your email address will not be published. Required fields are marked *