ମେ ୨୫ ତାରିଖରେ ଓଭରବ୍ରିଜ ତଳ ଉଠାଦୋକାନ ପୋଡ଼ା ଘଟଣାରେ ଅଭିଯୁକ୍ତ ଗିରଫ – କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ (ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ): ଗତ ୨୫ ତାରିଖ ସକାଳେ ହଠାତ ଓଭରବ୍ରିଜ ତଳ ପଟେ ଥିବା ଉଠା ଦୋକାନ ମାନଙ୍କରେ ନିଆଁ ଲାଗିଥିବା ଘଟଣାରେ ଟିଟିଲାଗଡ ପୋଲିସ ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଛି। ହରିୟ।ଣା ରାଜ୍ୟର ରାକେଶ କୁମାର ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟ ପଛ ପଟେ ରୁହନ୍ତି। ରେଳ ଷ୍ଟେସନ ଠାରୁ ଘରକୁ ଫେରୁଥିବା ବେଳେ ବିଡି ପି ମାଚିସ ସେ ଆଡ଼କୁ ଫିଙ୍ଗି ଦେବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ଏସଡିପୀଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବା ନେଇ ସୁଚନା ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଥାନାଧିକାରୀ ଶ୍ରୀ ଅବନୀ ସାହୁ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *