
ଧର୍ମଗଡ(ଶୁଭେନ୍ଦୁ କୁମାର ପଣ୍ଡା/ ସନତ ପ୍ରଧାନୀ): ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ ଜଣେ ଗ୍ରାମସାଥୀ ଙ୍କ ଠାରୁ ମନରେଗା କlମର ଡିଜିଟାଲ ଦସ୍ତଖତ କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ତାଙ୍କ ଅଫିସ ଏବଂ ଭବାନୀପାଟଣା ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଗୃହ ରେ ଭିଜିଲାନ୍ସ ବିଭାଗ ର 8 ଜଣିଆ ଟିମ ମିଳିତ ଭାବରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି l