ନବରଙ୍ଗପୁର ଯୁକ୍ତ ଦୁଇ କଲେଜ ବାଣିଜ୍ୟରେ ଏ ଲାବଣ୍ୟା ଟପର

ନବରଙ୍ଗପୁର(ଅନିଲ ପ୍ରଭାତ ଭତ୍ରା):- ନବରଙ୍ଗପୁର ଯୁକ୍ତ ଦୁଇ କଲେଜର ପରୀକ୍ଷା ଫଳ ଘୋଷଣା ହୋଇଥିବା ବେଳେ ଏଥିରେ ବାଣିଜ୍ୟରେ ଏ ଲାବଣ୍ୟା ମୋଟ ୬୦୦ ରୁ ୪୯୬ ନମ୍ବର ରଖି ୮୨.୬୭ ପ୍ରତିଶତ ହାସଲ କରି କଲେଜ ଟପର ହୋଇଛନ୍ତି । ବାଣିଜ୍ୟ ବିଭାଗରେ ଚଳିତ ବର୍ଷ ୪୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୮ ଜଣ ଉତିର୍ଣ୍ଣ ହୋଇ ପାରିଛନ୍ତି । ବିଜ୍ଞାନ ବିଭାଗରେ ଅରୟାନ କୁମାର ଅଙ୍ଗଜଲା ୬୯.୧୭ ପ୍ରତିଶତ ରଖି ଟପର ହୋଇଛନ୍ତି । ଏହି ବିଭାଗରେ ୨୦୬ ଜଣ ପରିକ୍ଷ୍ୟାର୍ଥୀଙ୍କ ମଧ୍ୟରୁ ୫୨ ଜଣ କୃତ କାର୍ଯ୍ୟ ହୋଇଛନ୍ତି । ସେହିପରି କଳା ବିଭାଗରେ ନୀଳକଣ୍ଠ ଜାନି ୭୯ ପ୍ରତିଶତ ନାମର ରଖି ଟପର ହୋଇଛନ୍ତି । ଏହି ବିଭାଗରେ ମୋଟ ୩୩୫ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୧୯୭ ଜଣ କୃତ କାର୍ଯ୍ୟ ହୋଇଛନ୍ତି । ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ କଲେଜ ଅଧକ୍ଷ ଭାସ୍କର ନାଥ ବିଶ୍ଵାଳଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଶୁଭେଛା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *