ମୁନିଗୁଡା ବ୍ଲକରେ ଦଶମ ପରୀକ୍ଷାରେ ଶତପ୍ରତିଶତ ପାସ

ମୁନିଗୁଡା (ରମାକାନ୍ତ ପୋଡାଲ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ବିଭିନ୍ନ ହାଇସ୍କୁଲରେ ଚଳିତ ବର୍ଷ ମେଟ୍ରିକ ପରିକ୍ଷାରେ ଶତପ୍ରତିଶତ ପାସ ହୋଇଥିବା ବେଳେ ଅମ୍ବାଦଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଏ-୧ ଗ୍ରେଡ଼ ରଖି ଜିଲ୍ଲାରେ ଟପ୍ପର ହୋଇଥିବା ଜଣାପଡିଛି l ବ୍ଲକର ଅମ୍ବାଦଳାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ପ୍ରାଚୀପ୍ରତିଶ୍ୟା ମିଶ୍ର ୫୬୩ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଥିବା ବେଳେ ଦୀପିକା ନାୟକ ୫୫୭ ମାର୍କ ରଖି ଦ୍ଵିତୀୟ ଓ ଦିବ୍ୟଙ୍କ ନନ୍ଦ ୫୫୨ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରି ତିନି ଜଣ ଏ-୧ ଗ୍ରେଡ଼ ରଖି ପାସ କରିଥିବା ଜଣାପଡିଛି l ସେହିପରି ମୁନିଗୁଡାର ନୋଡାଲ ହାଇସ୍କୁଲରେ ଚଳିତ ବର୍ଷ ୧୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବି-୧ ଗ୍ରେଡ଼ରେ ୮ଜଣ, ବି-୨ ଗ୍ରେଡ଼ରେ ୯ଜଣ,ସି ଗ୍ରେଡ଼ରେ -୩୬ ଜଣ,ଡି ଗ୍ରେଡ଼ରେ -୪୭ଜଣ ଓ ଇ ଗ୍ରେଡ଼ରେ ୬୭ ଜଣ ପାସ ହୋଇଛନ୍ତି l ଏହି କ୍ରମରେ ମୁନିଗୁଡା ନୋଡାଲ ହାଇସ୍କୁଲରେ ଟପ୍ପର ଭାବେ ପ୍ରତୀକ ପ୍ରଭଞ୍ଜନ ସାମଲ ୪୫୭ ମାର୍କ ରଖି ପ୍ରଥମ, ପ୍ରଭାତ ଭୂୟାଁ ୪୪୭ ମାର୍କ ରଖି ଦ୍ଵିତୀୟରେ ଓ ଜସ୍ମିନ ସାହୁକାର ୪୪୪ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଥିବା ନେଇ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ମାଝୀ ଓ ବରିଷ୍ଠ ଶିକ୍ଷୟିତ୍ରୀ ସାଇଲଷ୍ମୀ ପାତ୍ର ସୂଚନା ଦେଇଛନ୍ତି l ସେହିପରି ମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୭୬ ଜଣ ଛାତ୍ରୀ ପରିକ୍ଷା ଦେଇଥିବା ବି-୧ ଗ୍ରେଡ଼ରେ ୧,ବି-୨ ଗ୍ରେଡ଼ରେ ୯ଜଣ, ସି ଗ୍ରେଡ଼ରେ ୩୩ ଜଣ, ଡି ଗ୍ରେଡ଼ରେ ୨୩ ଜଣ, ଓ ଇ ଗ୍ରେଡ଼ରେ ୧୦ ଜଣ ପାସ ହୋଇଛନ୍ତି ବୋଲି ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁ ପ୍ରକାଶ କରିଥିବା ବେଳେ କୁମୁଡାବାଲି ଉଚ୍ଚ ବିଦ୍ୟାଳୟରେ ୧୩୩ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ବି-୧ ଗ୍ରେଡ଼ରେ ୧,ବି-୨ ଗ୍ରେଡ଼ରେ ୧ଜଣ,ସି ଗ୍ରେଡ଼ରେ ୩୦ ଜଣ,ଡି ଗ୍ରେଡ଼ରେ ୭୬ ଜଣ, ଓ ଇ ଗ୍ରେଡ଼ରେ ୨୫ ଜଣ ପାସ ହୋଇଥିବା ପ୍ରଧାନ ଶିକ୍ଷକ କୈଳାଶ ରଥ ସୂଚନା ଦେଇଛନ୍ତି l ସେହିପରି ଶିବପଦର ବନମାଳୀ ଶିକ୍ଷା ନିକେତନରେ ୫୧ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ବି-୧ ଗ୍ରେଡ଼ରେ ୨ଜଣ,ବି-୨ ଗ୍ରେଡ଼ରେ ୨ଜଣ,ସି ଗ୍ରେଡ଼ରେ ୧୬ ଜଣ,ଡି ଗ୍ରେଡ଼ରେ ୨୩ ଜଣ, ଓ ଇ ଗ୍ରେଡ଼ରେ ୮ ଜଣ ପାସ ହୋଇଥିବା ପ୍ରଧାନ ଶିକ୍ଷକ ରାଜକିଶୋର ବେହେରା କହିଛନ୍ତି l ଏଥିସହ ପାତ୍ରଗୁଡା ବୃନ୍ଦାବନ ବିଦ୍ୟାପୀଠରେ ୬୬ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ସି ଗ୍ରେଡ଼ରେ ୬ ଜଣ,ଡି ଗ୍ରେଡ଼ରେ ୨୩ ଜଣ, ଓ ଇ ଗ୍ରେଡ଼ରେ ୩୬ ଜଣ ପାସ ହୋଇଥିବା ପ୍ରଧାନ ଶିକ୍ଷକ ଜ୍ଞାନେନ୍ଦ୍ର ଜେନା ପ୍ରକାଶ କରିଛନ୍ତି l ତେଲେଙ୍ଗାପଦର ହାଇସ୍କୁଲରେ ୫୦ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ସି ଗ୍ରେଡ଼ରେ ୫ ଜଣ ଓ ଡି ଗ୍ରେଡ଼ରେ ୨୭ ଜଣ ଓ ଇ ଗ୍ରେଡ଼ରେ ୧୮ଜଣ ପାସ ହୋଇଥିବା ପ୍ରଧାନ ଶିକ୍ଷକ ସମୀର ରଞ୍ଜନ ସାହୁ ସୂଚନା ଦେଇଛନ୍ତି l ବିଭିନ୍ନ ବିଦ୍ୟାଳୟରେ ଶତପ୍ରତିଶତ ପରୀକ୍ଷା ରେଜଲ୍ଟ ବାହାରି ଥିବାରୁ ଅଭିଭାବକ ଅଭିଭାବିକାଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ପରିଚାଳନା କମିଟିର ସଭାପତି ନନ୍ଦ କିଶୋର ପଟ୍ଟନାୟକ, ଭରତ ଭୋଇ, ରାଜକିଶୋର ବେହେରା, ବାଳକୃଷ୍ଣ ରଥ,ସନ୍ତୋଷ ସାସମଲ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କ ତରଫରୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସାଧୁବାଦ ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି l

Leave a Reply

Your email address will not be published. Required fields are marked *