ଇଭିଏମ ମେସିନ ଭିତରେ ସିଲ ପ୍ରାର୍ଥୀ ଙ୍କ ଭାଗ୍ୟ

ହରଭଙ୍ଗା (ବ୍ୟୁରୋ ରିପୋର୍ଟ ) :ସରିଯାଇଛି ମତଦାନ। କିଏ ଜିତିବ,ଏବେ ଚାଲିଛି ଅଙ୍କକସା। ବିଜେଡି କହୁଛି ଆମେ ଜିତିବୁ। ବିଜେପି କହୁଛି ଆମେ ଜିତିବୁ। କଂଗ୍ରେସ ବି କହୁଛି ଆମେ ଜିତିବୁ। ଇ ଭି ଏମ ରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ। କିଏ କେତେ ଭୋଟ ପାଇବ ସେ ନେଇ ରାଜନୈତିକ ସମୀକ୍ଷକ ଆକଳନ ଆରମ୍ଭ କରିଦେଲେଣି।ଚଳ ଚଞ୍ଚଳ ବୌଦ୍ଧ ନିର୍ବାଚନ ମଣ୍ଡଳୀ। ଏବେ ମତଦାନ ପରେ ସତେ ଯେମିତି ଗଣତି ଆଗରୁ ଛକ ଛକରେ ଗଣିତ କଷୁଛନ୍ତି ଦଳିଅ କର୍ମୀ।ଦଳିଅ ସମର୍ଥକ ନିଜ ନିଜ ଦଳ ସମର୍ଥନ ରେ ଅଙ୍କ କଷା ଚଳେଇଛନ୍ତି।କେଉଁଠି ମୋଦୀ ହାୱା କୁ ନେଇ ତ ଆଉ କେଉଁଠି ବିଜେଡି ର ମାଗଣା ବିଜୁଳି ବିଲ କୁ ନେଇ ସବୁ ଖଟିରେ ଚାଲିଛି ଚର୍ଚ୍ଚା।ବିଗତ 25 ବର୍ଷ ଧରି ବିଜେଡ଼ି ର ଗଡ଼ ଥିବା ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ମୋଦୀ ଙ୍କ ଗ୍ୟାରେଣ୍ଟି ରେ ପରିବର୍ତନ ହେବ ନା ନବୀନ ପଟନାୟକ ଙ୍କ ବିକାଶ ର ଧାରା କୁ ଦୋହରାଇ ପୁଣି ଷଷ୍ଠ ଥର ପାଇଁ ବିଜେଡ଼ି ଗଡ଼ ହାସଲ କରିବ ଏହି କଥା କୁ ନେଇ ଚର୍ଚ୍ଚା ଜୋର ଧରିଛି।ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ଚଳିତ ନିର୍ବାଚନ ରେ 80% ରୁ ଉର୍ଦ୍ଧ ମତଦାନ ହୋଇଥିବା ବେଳେ, ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକର ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏବଂ ଖୁବ କମ ବ୍ୟବଧାନ ରେ ହାର ଜିତ ହେବା ନେଇ ମଧ୍ୟ ଆଲୋଚନା ହେଉଛି।ବର୍ତମାନ ଇ ଭି ଏମ ମେସିନ ଗୁଡ଼ିକ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ ରେ ରଖା ହୋଇଛି।ଆସନ୍ତା ଜୁନ 4 ତାରିଖ ରେ ଗଣତି ଥିବା ହେତୁ ପ୍ରାର୍ଥୀ, ଦଳୀୟ କର୍ମୀ ଓ ଭୋଟର ମାନଙ୍କ ଭିତରେ ଉତ୍ସାହ ବଢ଼ିବାରେ ଲାଗୁଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *