ନୟାଗଡ଼ ଡିଭିଜନ ରେ ହାତୀ ଗଣନା ଶେଷ ଆସିଲା ଗଣତି ରିପୋର୍ଟ

ହରଭଙ୍ଗା (ବ୍ୟୁରୋ ରିପୋର୍ଟ କଳିଙ୍ଗପ୍ରଭା ଟିଭି ): ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ରେ ଆଜି ହାତୀ ଗଣତି ଶେଷ l ଉକ୍ତ ବନାଞ୍ଚଳ ଅଧିନସ୍ଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ରେ ହାତୀ ଶୂନ୍ୟ ନେଇ ଆସିଛି ରିପୋର୍ଟ l ଗତ ବୁଧବାର ଦିନ ଠାରୁ ଆରମ୍ଭ ହୋଇ ଶୁକ୍ରବାର ଦିନ ପର୍ଯ୍ୟନ୍ତ 3ଦିନ ଧରି ଚାଲିଥିଲା ଗଣତି l ଉକ୍ତ ରେଞ୍ଜ ଅଧୀନରେ ଥିବା ମାରଡ଼ା, ଶୀତଳପାଣି, ସୁନାଖଣିଆ, ଅତଲସରl, କୁମାରୀ, କୁସଙ୍ଗ, ନନ୍ଦା ଗାଡୁ, ହିଞ୍ଜଳ, ଶ୍ରୀପlଜୁ, ପଦ୍ମତୋଳା, ନୂଆପଡା ଆଦି 11ଗୋଟି ବିଟ ରେ ବିଟ ପିଛା 10ଗୋଟି pip ସମୁଦାୟ 110pip, ସିସିଟିଭ, ମଞ୍ଚା ଓ 33ଜଣ କର୍ମ ଚାରି ନିୟୋଜିତ ହୋଇଥିଲେ l pip ଗୁଡ଼ିକ ମହାନଦୀ ପଠା, ଘଞ୍ଚ ଜଙ୍ଗଲ ରାସ୍ତା, ଜଙ୍ଗଲ ରେ ଥିବା ପାଣି ନିକଟରେ କରାଯାଇଥିବା ସହିତ ସୁ ଉଚ୍ଚ ମଞ୍ଚlରେ କର୍ମ ଚାରି ରହି ହାତୀଙ୍କ ଗତିବିଧି ଲଖ୍ୟ କରିଥିବା ସୂଚନା ମିଳିଛି l ଅନ୍ୟ ପଟେ ଏହି ହାତୀ ଗଣନା ରେ କୁସଙ୍ଗ ରେଞ୍ଜ ରେ ହାତୀ ଶୂନ୍ୟ ନେଇ ବନ୍ୟ ଜନ୍ତୁ ଅସୁରକ୍ଷିତ ରୁ ହାତୀ ରହୁନଥିବା ମନେ ହେଉଛି l ଏହି ହାତୀ ଗଣତି ରେ ଫରେଷ୍ଟର ପ୍ରଶାନ୍ତ ଗୁରୁ, ଅନ୍ତର୍ଯ୍ୟାମୀ ଯାନୀ, ରାଜ ଶତପଥି, ସୋମନାଥ ପରିଡା, ବିଷ୍ଣୁ ପ୍ରିୟା ଦେଇ, ରୁନି ଦଳବେହେରା, ଙ୍କ ସମେତ ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିବା ଓ ରେଞ୍ଜ ଅଂଚଳ ରେ ହାତୀ ନଥିବା ନେଇ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି ଳ ଠିକ ସେହି ପରି ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ର ଆଡ଼େନିଗଡ, ବାରିଙ୍ଗ, ତଳଗାଁ ଫରେଷ୍ଟ ସେକ୍ସନ ର ହାତୀଧରା, ମୁଣ୍ଡେସର ଓ ପୁଢ଼ହଳ ଜଙ୍ଗଲ ରେ ମଧ୍ୟ ହାତୀ ଗଣନା ତିନିଦିନ ଧରି ଚାଲିଥିଲା। ଏଥିରେ 60 ଜଣ ଷ୍ଟାଫ 20 ଟି ଟିମ କୁ ନେଇ କରାଯାଇଥିଲା।20 ଟି ଜାଗାରେ ମଞ୍ଚା କରାଯାଇଥିଲା। ଓ ଦୁଇଟି ୱାଚ ଟାୱାର କରାଯାଇଥିଲା।ଏଥିରେ 4 ଟି ଦନ୍ତା,6 ଟି ମାଈ ସହ 4ଟି ଛୁଆ ହାତୀ ଥିବା ସୂଚନା ମିଳିଛି। ଏହି ଗଣନା ରେ ଫରେଷ୍ଟର ସୁନୀଲ ଖେତୀ, ଅଭିମନ୍ୟୁ ମହାନ୍ତି, ସୁମନ୍ତ ମଲିକ, ଫରେଷ୍ଟଗାର୍ଡ ଶରତ ନାୟକ, ସୁବଳ ପ୍ରଧାନ, ଏବଂ ସମସ୍ତ ସ୍କ୍ୱାର୍ଡ ସାମିଲ ଥିବା ମାଧପୁର ରେଞ୍ଜ ଅଧିକାରୀ ଆସିକ ଦିଗାଲ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *