ଟିଟିଲାଗଡ଼: ଉଠା ଦୋକାନରେ ଲାଗିଲା ନିଆଁ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି

ଟିଟିଲାଗଡ (ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ): ଶନିବାର ପାହାନ୍ତିଆରୁ କିଛି ଲୋକ ଥାନା ନିକଟରେ ଓଭର ବ୍ରିଜ ତଳେ ଥିବା ଉଠା ଦୋକାନରେ ନିଆଁ ଲାଗିଥିବା ଦେଖିବାକୁ ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କଲା କିନ୍ତୁ ଉଠା ଦୋକାନୀଙ୍କ ବ୍ୟାଗ, କପଡା, ବେଲ୍ଟ, ପର୍ଶ, ପନିପରିବା ଦୋକାନର ସାମଗ୍ରୀ ପୋଡିଯାଇଥିବା ସୂଚନା ମିଳିଛି। ତେବେ କିଏ ଜାଣିଶୁଣି ନିଆଁ ଲାଗିଛି ନାଁ କିଏ ଲଗେଇ ଦେଇଛି ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି। କେଉଁ ଉଠା ଦୋକାନୀ ମାନେ ଦୋକାନ କରି ଭିତରେ ସାମଗ୍ରୀ ରଖିଥିଲେ ତାଙ୍କର ବେଶୀ କ୍ଷତି ହୋଇଛି।

Leave a Reply

Your email address will not be published. Required fields are marked *