ଭବାନୀପାଟଣା: ବାଇକ୍ ଦୁର୍ଘଟଣା, ଜଣେ ମୃତ


ଭବାନୀପାଟଣା (ରିପୋର୍ଟ: ସଂଜୀବ କୁମାର ପାତ୍ର ): ଜୁନାଗଡ଼ ସହରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ଏତେ ଭୟlବହ ଥିଲାଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି l ମୃତକ ଜଣକ ହେଲେ ଜୁନାଗଡ଼ ସହରର ଲକ୍ଷ୍ମୀ ସାଗର ପଡ଼ାର ଅବସରପ୍ରାପ୍ତ ଶିକ୍ଷକ ସୌମିତ୍ରୀ ମୁଣ୍ଡ l
ସୂଚନାନୁଯାୟୀ,ଶ୍ରୀ ମୁଣ୍ଡ ତାଙ୍କ ବାଇକରେ ଯାଉଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କ ସହ ଧକ୍କା ହୋଇଥିଲା l ଫଳରେ ଉଭୟେ ଛିଟିକି ପଡିଥିଲେ l ସୌମିତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜୁନାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅନ୍ୟ ବାଇକରେ ଥିବା ବlରବେଶାଲ ଗ୍ରାମର ବାଦଲ ନାଏକଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା l ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରୟପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି l ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି l

Leave a Reply

Your email address will not be published. Required fields are marked *