ଲୋଇସିଂହା: ମେସିନ କରୁଛି ମନରେଗା କାମ

ଲୋଇସିଂହା (ଦେବାନନ୍ଦ ପୁଟେଲ): ସରକାର ଙ୍କ ମାଲାମାଲ ଯୋଜନା, ଏହି ଯୋଜନା ମଧ୍ୟରୁ ଅନ୍ୟତମ ଯୋଜନା ହେଉଛି ମନରେଗା, ଓଡିଶା ରେ ବଲାଙ୍ଗୀର ହେଉଛି ଏକ ଦାଦନ ପ୍ରବଣ ଜିଲ୍ଲା, ଖଟିଖିଆ ଦିନ ମଜୁରିଆ ଙ୍କ ପାଇଁ ସରକାର ମନରେଗା ଯୋଜନା କରିଛନ୍ତି କିନ୍ତୁ ଏଠାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି, ମଣିଷ ଜାଗାରେ ମେସିନ କରୁଛି କାମ,ଘଟଣା ଟି ହେଉଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟିକା ପଂଚାୟତ ର କରକଚିଆ ନିକଟସ୍ଥ ଭେରୁଆଁ ମୁଣ୍ଡା ରେ ମେସିନ ଯୋଗେ ହେଉଛି ମନରେଗା କାମ ଆଗଲପୁର ବ୍ଲକ ରେ ସରକାରୀ ବାବୁ ଓ ଠିକାଦାର ମନରେଗା ମାଫିଆ ସାଜିଛନ୍ତି, ଏହି ଅଂଚଳ ରେ କିଛି ଜବ କୁ ନିଜ ଅଧୀନ ରେ ରଖି କାଡ ଧରି ଙ୍କୁ ଦୁଇ ସହ ଟଙ୍କା ଲେଖା ଦେଇ ତାଙ୍କ ନାଁ ରେ ବିଲ ପାସ କରୁଛନ୍ତି ଠିକାଦାର ଓ ସରକାରୀ ବାବୁ ମାନେ, ଏମିତି କି ନିର୍ବାଚନ ଆଚରଣ ଵିଧି କୁ ଏମାନଙ୍କ ଖାତିର ନାହିଁ ଏହି କାର୍ଯ୍ୟ ରେ ପଂଚାୟତ ର ନିର୍ବାଚିତ ପ୍ରତିନିଧି ଙ୍କ ହାତ ଥିବାର ଆଲୋଚନା ହେଉଛି, ସୂଚନା ଅନୁସାରେ ଭରୁଆଁ ମୁଣ୍ଡା ବଡ଼ଟିକା ପଂଚାୟତ ଅଧୀନ ରେ ଅଛି, କିନ୍ତୁ ପ୍ରାୟ ଦୁଇ ଚାରିଦିନ ହେଲାଣି ଏଠାରେ ବିନା ସୂଚନା ଫଳକ ରେ ଗୋଟିଏ ଜେସିବି ଓ ତିନି ଟି ଟ୍ରାକଟର ମାଟି କାମ କରୁଛି ଏନେଇ ସ୍ଥାନୀୟ ସରପଞ୍ଚ ଓ ବିଭାଗୀୟ ଅଧିକାରୀ ଙ୍କ ପାଖରେ କୌଣସି ଉତ୍ତର ନାହିଁ ଏମିତି କି ଜଣେ ସମାଜ ସେବି ମାଟି କାମ କରୁଥିବା ସମୟ ରେ ଭିଡ଼ିଓ ଉତ୍ତୋଳନ କରିଛନ୍ତି ଯାହା କି ସାମାଜିକ ଗଣମାଧ୍ୟମ ରେ ଚର୍ଚ୍ଚା ର ବିଷୟ ପାଲଟିଛି, ଏଠାରେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ ମାନେ କେତେ ତତ୍ପରତା ସହିତ ଘଟଣା କୁ ନେଉଛନ୍ତି ।

Leave a Reply

Your email address will not be published. Required fields are marked *