
ନୂଆଦିଲ୍ଲୀ (ଏଜେନ୍ସି): ପୁଣିଥରେ ଭାରତ ଯୋଡ଼ା ଯାତ୍ରା ଆରମ୍ଭ କରିବେ କି ୱାୟନଡ଼ ସାଂସଦ ରାହୁଲ ଗାନ୍ଧୀ ? କଂଗ୍ରେସ ନେତାମାନେ ଏନେଇ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଚନ୍ତି। ଏଥର ପୂର୍ବରୁ ଆରମ୍ଭ କରି ପଶ୍ଚିମ ଯାଏ ଭାରତ ଯୋଡ଼ୋ ଯାତ୍ରା କରିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ସାଂସଦ କେସି ବେଣୁଗୋପାଳ ।
ଏନେଇ ସୂଚନା ଦେଇ ବେଣୁ ଗୋପାଳ କହିଛନ୍ତି “ ପୁଣିଥରେ ଭାରତ ଯୋଡ଼ ଯାତ୍ରା ପୂର୍ବରୁ ପଶ୍ଚିମକୁ ଆରମ୍ଭ କରିବାକୁ ଦଳର ଅଧ୍ୟକ୍ଷ ମଲ୍କିକାର୍ଜୁନ ଖଡ଼ଗେ ଦେଶର ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କ ମତାମତ ନେଉଛନ୍ତି ବୋଲି ରାହୁଲ ଗାନ୍ଧୀଙ୍କୁ କହିଛନ୍ତି।” ଯାତ୍ରା ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ବୋଲି ବେଣୁ ଗୋପାଳ ସୂଚନା ଦେଇଛନ୍ତି ।
ସିଡବ୍ଲୁସି ବୈଠକରେ ଯୋଗ ଦେଇ ଫେରିବା ପରେ ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। ଏଥିରେ ଲୋକସଭା ନିର୍ବାଚନ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକ ସମ୍ପର୍କରେ ସୂଚନା ଦେଇ ବେଣୁ ଗୋପାଳ କହିଛନ୍ତି ଯେ ଆମେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ। ପ୍ରଥମ ଶେଷ ବିଧାନସଭା ନିର୍ବାଚନ ଫଳାଫଳ। ଦ୍ୱିତୀୟରେ ୨୦୨୪ ଲୋକସଭା ନିର୍ବାଚନ ଏବଂ ତୃତୀୟରେ ସଂସଦୀୟ ପ୍ରସଙ୍ଗ ସମେତ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହୋଇଥିଲା ବୋଲି ବେଣୁଗୋପାଳ କହିଛନ୍ତି।
ସେହିପରି CWC ସର୍ବସମ୍ମତି କ୍ରମେ ସେମାନଙ୍କ ସଂକଳ୍ପ ଗ୍ରହଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ମେନିଫେଷ୍ଟୋ କମିଟି ଘୋଷଣା କରାଯିବ ବୋଲି ଭେଣୁଗୋପାଳ କହିଛନ୍ତି ।