କୋଟପାଡ଼ ଏବଂ ଜୟପୁର ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ପ୍ରକାଶିତ

କୋରାପୁଟ (ଅନିଲ କୁମାର ପାତ୍ର, ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ୨୭/୧୦/୨୩: ଆଜି ୧୪୨ ନଂ କୋଟପାଡ଼ ନିର୍ବାଚନ ମଣ୍ଡଳୀ ଏବଂ ୧୪୩ ନଂ ଜୟପୁର ନିର୍ବାଚନ ମଣ୍ଡଳୀ ର ଭୋଟର ତାଲିକା ପ୍ରକାଶିତ କରାଯାଇଛି । ଆଜି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଶ୍ରୀ ପ୍ରଭାତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ବିଜୁ ଜନତା ଦଳ, ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି ଏବଂ ସିପିଆଇ ପ୍ରଭୃତି ରାଜନୈତିକ ଦଳର ପ୍ରତିନିଧି ମାନେ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । କୋଟପାଡ଼ ର ୨୪୩ ଏବଂ ଜୟପୁରର ୨୩୭ ବୁଥ ର ଭୋଟର ତାଲିକାକୁ ସର୍ବ ସମ୍ମୁଖରେ ପ୍ରକାଶିତ କରାଯାଇଛି । ଆଗାମୀ ବିଧାନସଭା ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ଭୋଟର ମାନେ ଶାନ୍ତି ଶୃଙ୍ଖଳା ସହ ଭୋଟ ଦେବେ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *