
କନ୍ଧମାଳ (ଓଡ଼ିଶା ଟୁଡେ) ୩୧/୦୮: ଗୋଛାପଡ଼ା ରାସ୍ତାରେ ମାଓ ପୋଷ୍ଟର, ଲୋକେ ଭୟଭୀତ । କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ବୁଧବାର ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ରାସ୍ତାର ଘାଟି ସାହି, ମାଝୀ ପଡ଼ା, ଦରଘା ବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି ।
ଫଳରେ ସେହି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । କେବଳ ସେତିକି ନୁହେଁ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି । ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବି ଏନ୍ ଡିଭିଜନର ସଚିବ ବିଜୟ ଲେଖାଯାଇଛି । ଫିରିଙ୍ଗିଆ ଥାନାପୋଡ଼ି ଘଟଣାକୁ ମାଓ ସଙ୍ଗଠନ ସମର୍ଥନ କରିବା ସହ ପୋଲିସ ଓ ସରକାରଙ୍କ ଦମନ ମୂଳକ କାର୍ଯ୍ୟକଳାପକୁ ନିନ୍ଦା କରିଛି ସଙ୍ଗଠନ ।
ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଛି । ସରକାର ଗଞ୍ଜେଇ ଚାଷ କୁ ଔଷଧ ତାଲିକା ଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥା କରୁ ବୋଲି ପୋଷ୍ଟର ରେ ଉଲ୍ଲେଖ ଅଛି ।