ସ୍ୱର୍ଗତ ବାଳକୃଷ୍ଣ ସାହୁ ଓ ବିଭାବରୀ ଙ୍କ ଦିତ୍ୱୀୟ ବାର୍ଷିକ ସ୍ମୃତି ଚାରଣ ସଭା


ଚଣ୍ଡିଖୋଲ ତା ୬/୧୧(କ,.ଵ୍ୟୁ)(ପ୍ରଶାନ୍ତ କୁମାର ଜେନାଙ୍କ ରିପୋର୍ଟ) ବଡଚଣା ସ୍ଥିତ ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଠାରେ ସ୍ବର୍ଗତ ବାଳକୃଷ୍ଣ ସାହୁ ଓ ବିଭାବରୀ ସହୁଙ୍କ ଦିତ୍ୱୀୟ ବାର୍ଷିକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସ୍ମୃତି ଚାରଣ ସଭା ରେ ବଡଚଣା ଦେବା କେନ୍ଦ୍ରର ସଂଚାଳିକା ମାନସୀ ଭାଉଣୀ ସଞ୍ଚାଳନା କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ବଡଚଣା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସରୋଜ୍ ଭାଇ, ହରିପୁର ସେଵା କେନ୍ଦ୍ର ସଂଚାଳିକା ଅନ୍ନପୂର୍ଣ୍ଣା ଭଉଣୀ, ଜାରକା ସେଵା କେନ୍ଦ୍ର ର ରଶ୍ମୀ ଭଉଣୀ, କୁଆଖିଆ ସେବା କେନ୍ଦ୍ରର ସଂଚାଳିକା ସୁଧା ଭଉଣୀ, ମାଉଣ୍ଟ ଆବୁ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ମଧୁସୁଦନ ଭାଇ, ଗ୍ଲୋବାଲ ରୁ କଳ୍ପନା ଭଉଣୀ ପ୍ରମୁଖ ଯୋଗ ଦେଇଥିଲେ, ପ୍ରାରମ୍ଭରେ ବାବାଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଭାଜନ କରାଯାଇ ଥିଲା , ଆଜି ସମାଜରେ ପରିବର୍ତ୍ତନ କରିବାକୁ ହେଲେ ପ୍ରଜାପିତାବ୍ରହ୍ମା କୁମାରୀଙ୍କ ଆଶ୍ରିତ ହେବା ଦରକାର, ସମସ୍ତେ ଅଜ୍ଞାନ କୁ ପରିତ୍ୟାଗ କରି ଜ୍ଞାନ କୁ ଆହରଣ କରିବା ଏକାନ୍ତ ଆବଶ୍ୟକ, ତାହେଲେ ସମାଜ ସୁସ୍ଥ ସମାଜରେ ପରିଣତ ହୋଇ ପାରିବ, ସତ୍ୟକୁ ଗ୍ରହଣ କରି ହିଂସା, କାମ, କ୍ରୋଧ, ମୋହକୁ ପରିତ୍ୟାଗ କାଳେ ଆମେ ଜଣେ ଭଲ ମଣିଷ ହୋଇ ପ୍ରତିଷ୍ଟିତ ହୋଇ ପାରିବା, ସମାଜ ର କଲ୍ୟାଣ ପାଇଁ ସେବା ଓ ଭଲ ପାଇବା କୁ ଗ୍ରହଣ କରିବା ଦରକାର। ବାବା ଆମକୁ ସର୍ବଶକ୍ତି ରେ ଭରପୁର କରିଛନ୍ତି,, ଆମେ ସର୍ବଶକ୍ତିବାନ୍ ହୋଇ ଅନ୍ୟମାନଙ୍କୁ ଶକ୍ତି ଶାଲି କରିବା ଆମର କର୍ତ୍ତବ୍ୟ ହେବା ଉଚିତ। ବାବା କହୁଛନ୍ତି ନିଜେ ଖୁସି ରେ ରୁହ, ଅନ୍ୟ ମାନଙ୍କୁ ଖୁସି ବାଣ୍ଟ, ଜୀବନର ଅନ୍ୟନାମ୍ ସଂଗ୍ରାମ, ଜୀବନରେ ଅନେକ ପରିସ୍ଥିତି ଆସିବ, ନିନ୍ଦା ସ୍ତୁତି, ମାନ – ଅପମାନ, ଜୟ ପରାଜୟ, ହାନି ଲାଭ ଆଦି ଆସିଲେ ବି ଆମେ ଯଦି ଖୁସିରେ ରହି ଅନ୍ୟକୁ ଖୁସି ବାଣ୍ଟିବା ତାହେଲେ ସେଥିରେ ସମାନତା ରହିଛି। ଆମେ ବାବାଙ୍କୁ ନିଜେ ସମର୍ପଣ କରି ନିଜକୁ ଉତ୍ସର୍ଗ କରିଲେ ଭଲ ମଣିଷ ହୋଇ ପାରିବା ବୋଲି ସମସ୍ତ ଆଶ୍ରିତ ମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ, ସ୍ବର୍ଗତ ବାଳକୃଷ୍ଣ ଓ ବିଭାବାରି ନିଜକୁ ବାବାଙ୍କ ନିକଟରେ ନିଜକୁ ସମର୍ପିତ କରି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ, ସାଧାରଣ ଲୋକଙ୍କ ସେବା ପାଇଁ ତାଙ୍କର କିଛି ଚିନ୍ତା ନଥିଲା, ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଓ ତାଙ୍କ ପରିବାର ବର୍ଗ କୁ ସହାୟତା ପାଇଁ ବାବା ଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ ଏହି କାର୍ଯ୍ୟକ୍ରମରେ ତାଙ୍କ୍ ପୁତ୍ର ଶୁଭ୍ରାଂଶୁ, ବୋହୁ ସଂଯୁକ୍ତା ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ।, ଶେଷରେ ସମସ୍ତ ବାବାଙ୍କ ଆଶ୍ରିତ ଭାଇ ଓ ଭଉଣୀମାନେ ଦୀପାବଳୀ ଉପଲକ୍ଷେ ଦୀପ ଜାଳି ସମାଜର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ, ସେଠାରେ ଉପସ୍ଥିତ ଥିବା ସମସ୍ତ ଭାଇ ଭଉଣୀ ମାନଙ୍କ ପାଇଁ ପ୍ରାସାଦ ସେବନ ର ବ୍ୟବସ୍ଥା କରାଯାଇ ଥିଲା

Leave a Reply

Your email address will not be published. Required fields are marked *