କଟକ ଜିଲ୍ଲାସ୍ତରୀୟ ଯୁବ ଉତ୍ସବର ଉଦଯାପନୀ ସମାରୋହ


କଟକ, ତା ୬-୧୧-୨୬, ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା କଟକ ଜିଲ୍ଲାସ୍ତରୀୟ ଯୁବ ଉତ୍ସବର ଉଦଯାପନୀ ସମାରୋହ ଆଜି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଇଯାଇଛି।
ଯୁବବର୍ଗମାନଙ୍କର କାର୍ଯ୍ୟ ଦକ୍ଷତା ସହ ବିକାଶିତ ରାଜ୍ୟ ଓ ଦେଶ ଗଠନରେ ସେମାନଙ୍କୁ ସାମିଲ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅୟୋଜନ କରାଯାଉଛି। ପଦକ୍ଷେପ ସ୍ୱରୂପ ଯୁବ ବର୍ଗଙ୍କ ପ୍ରୋତ୍ସାହନ ନିମନ୍ତେ କ୍ରୀଡ଼ା, କଳା, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉତ୍ସବର ଆୟୋଜନ କରଯାଇଥିଲା । ଉଦଯାପନୀ ଉତ୍ସବ ଦିବସରେ ଆୟୋଜିତ ନୁକ୍କଡ ନୃତ୍ୟ ପ୍ରତିଯୋଗିତାରେ ରାଧାନାଥ ଇନଷ୍ଟିଚ୍ୟୁଟ ଅଫ ଏଡଭାନ୍ସ ଷ୍ଟଡି ଏଜୁକେସନ ପ୍ରଥମ, ଭୁବନାନନ୍ଦ ଦ୍ୱିତୀୟ ଓ ଖ୍ରୀଷ୍ଟ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କବିତା ଲିଖନ ପ୍ରତିଯୋଗୀତାରେ ଇପ୍ସିତା ଜେନା ପ୍ରଥମ, ଆକାଂକ୍ଷା ମିଲନ ଦ୍ୱିତୀୟ ଓ ଶୁଭସ୍ମିତା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରକାଶ ଥାଉକି ଦୁଇଦିନ ଧରି ଅନୁଷ୍ଠିତ ଉତ୍ସବରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଯୋଗ ଦେବେ। ଉଦଯାପନୀ ସମାରୋହରେ ବରିଷ୍ଠ ସିନେ ଅଭିନେତା ଶ୍ରୀତମ ଦାସ ଅତିଥିଭାବେ ଯୋଗ ଦେଇ ଅଂଶ ଗ୍ରହଣକାରୀ ସମସ୍ତ ଯୁବବର୍ଗଙ୍କୁ ଉତ୍ସାହିତ କରିବା ସହ ସୁସ୍ଥ ସମାଜ ଓ ରାଜ୍ୟର ପ୍ରଗତିରେ ସେମାନଙ୍କର ସକ୍ରୀୟ ଭାଗିଦାରୀ ନିମନ୍ତେ ଆଶାବ୍ୟକ୍ତ କରିଥିଲେ।ମୋ ଭାରତ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ରୋଶନ କୁମାର ଏବଂ ଜିଲ୍ଲା କ୍ରୀଡା ଅଧିକାରୀ,ଶ୍ରୀ ଗଙ୍ଗାଧର ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *