
କଟକ। (୦୪.୧୧.୨୦୨୬) ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ଆୟୋଜିତ ଆନ୍ତଃବିଦ୍ୟାଳୟ ବାସ୍କେଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାରେ ଖ୍ରୀଷ୍ଟ ମହାବିଦ୍ୟାଳୟ ଚମ୍ପିୟାନ ହେବାର ଗୌରବଲାଭ କରିଛି । ଫାଇନାଲ ମ୍ୟାଚ୍ରେ ଗଭର୍ଣ୍ଣମେଟ୍ କଲେଜ ଅଫ୍ ଫିଜିକାଲ୍ ଏଜୁକେଶନ ଦଳକୁ ଖ୍ରୀଷ୍ଟ ମହାବିଦ୍ୟାଳୟ ୫୩-୨୬ ପଏଂଟ୍ରେ ପରାସ୍ତ କରି ବିଜୟ ହାସଲ କରିଛି । ଉଲ୍ଲେଖନୀୟ ସଫଳତା ପାଇଁ ବାସ୍କେଟବଲ ଦଳର କ୍ୟାପ୍ଟେନ୍ ସମର୍ପଣ ନାୟକ ଓ କୋଚ୍ ତଥା ଖେଳ ପ୍ରଶିକ୍ଷକ ଶୁଭମ୍ କୁମାର ସାହୁଙ୍କ ସମେତ ସମସ୍ତ ଖେଳାଳୀମାନଙ୍କୁ କଲେଜ ପରିପ୍ପଳନା ସଂପାଦକ ଶୁଭାଶିଷ ସାହୁ ଓ ଅଧ୍ଯକ୍ଷା ଡଃ ଦେବଯାନୀ ଦାଶ ଅଭିନନ୍ଦନ ଜଣାଇଛନ୍ତି ।