ୱାର୍ଡ ନଂ-୪ର ମୌଳିକ ସମସ୍ୟା ଓ ସାଂଗଠନିକ ସ୍ଥିତି ଉପରେ ଓଜେସି ରାଜ୍ୟ ସଭାପତି ମୋକିମଙ୍କ ଆଲୋଚନା

କଟକ ତା ୦୪/୧୧: ଓଡ଼ିଶା ଜନତା କଂଗ୍ରେସ ପାର୍ଟି (ଓଜେସି) ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ମହମ୍ମଦ ମୋକିମ କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୪ ସ୍ଥିତ ସେକ୍ଟର- ୯ ପୂଜା ମଣ୍ଡପ ସମ୍ମୁଖରେ ସ୍ଥାନୀୟ ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କ ସହ ଏକ ସୌଜନ୍ୟମୂଳକ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ । ଏହି ଅବସରରେ ଏକତ୍ର ଚା’ ପିଇବା ସହିତ ସେ ସ୍ଥାନୀୟ ବାସିନ୍ଦାଙ୍କ ସୁଖଦୁଃଖ ବୁଝିଥିଲେ ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା ତଥା ସାଂଗଠନିକ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋକିମ କହିଥିଲେ ଯେ, ”ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଏବଂ ସେକ୍ଟର ଅଞ୍ଚଳର ମୌଳିକ ସୁବିଧା ଯଥା— ରାସ୍ତାଘାଟର ମରାମତି, ସୁବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଓ ଉପ‌ଯୁକ୍ତ ଆଲୋକୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଆମର ପ୍ରାଥମିକତା । ଲୋକଙ୍କ ନିରାପତ୍ତା, ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ସହଜୀବନ ନିମନ୍ତେ ଆମେ ସର୍ବଦା ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଚାଲିବୁ।”

ଏହି କାର୍ଯ୍ୟକ୍ରମରେ ଓଜେସି କଟକ ସହର ସଭାପତି ତଥା ପୂର୍ବତନ କର୍ପୋରେଟର ଶ୍ରୀମତୀ ଗିରିବାଳା ବେହେରା ଯୋଗଦେଇ କହିଥିଲେ, “ଅଞ୍ଚଳର ପ୍ରତ୍ୟେକଟି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଓ ସଚେତନତା ନିହାତି ଜରୁରୀ । ସାଧାରଣ ଜନତାଙ୍କ ହକ୍ ଏବଂ ସାମଗ୍ରିକ ବିକାଶ ପାଇଁ ଆମ ସଂଗଠନ ସର୍ବଦା ଲୋକଙ୍କ ସାଥୀରେ ଛିଡ଼ା ହୋଇ ରହିଛି ।”

ଉକ୍ତ ଆଲୋଚନାରେ ସେକ୍ଟର-୯ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ରାଉତରାୟ, ରବି ମିଶ୍ର, ନିତ୍ୟାନନ୍ଦ ମିଶ୍ର, ହରିହର ସାମନ୍ତ, ପ୍ରଭାତ କୁମାର ପାଣି, ଗୌରହରି ବାରିକ, ପତିତପାବନ ମହାପାତ୍ର, ଅଶୋକ ଚୌଧୁରୀ, ସୁଧାକର ପାତ୍ର, ଅନିଲ ରାୟ, ସନ୍ତୋଷ ପଲେଇ, ଗୋପାଳ ତ୍ରିପାଠୀ, ବାମଦେବ ଦାସ, ସୀମାଞ୍ଚଳ ପଣ୍ଡା, ବିକାଶ ରାୟ, ଜୀବନାନନ୍ଦ ବିଶ୍ଵାଳ, ଗୌରୀଶଙ୍କର ସ୍ବାଇଁ, ପ୍ରତାପ ଜେନା, ଅରୁଣ ତରାଇ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *