ଆଗକୁ ଆସୁଛି ପଂଚାୟତ ନିର୍ବାଚନ, ନାଟୁଗାଁ ସ୍ମାର୍ଟ ସଂସ୍ମାନ ପାଲଟିବ ମୁଖ୍ୟ ଆକର୍ଷଣ


ନୟାଗଡ : ପଂଚାୟତ ନିର୍ବାଚନ ପାଇଁ ପ୍ରଶାସନିକ କ୍ଷେତ୍ର ରେ ସଜବାଜ ଆରମ୍ଭ ହୋଇଗଲାଣି। ସେହି ପରିକ୍ରମ ରେ ଆଜି ଆମେ ନୟାଗଡ ଜ଼ିଲ୍ଲା ନୟାଗଡ ବ୍ଲକ ନାଟୁଗାଁ ଗାଁକୁ। କଣ ହୋଇଛି ବିକାଶ। ଆଉ କିଛି ବିକାଶ କାମ ବାକି ରହିଛି। ଆସନ୍ତୁ ଦେଖିବା ଆମର ଏ ରିପୋର୍ଟ।
ନୟାଗଡ ବ୍ଲକ ର ନାଟୁଗାଁ ପଂଚାୟତ। ୨୦୦୨ ମସିହାରେ ପଂଚାୟତ ଗଠନ ହୋଇଥିଲା। ପଂଚାୟତ ରେ ରହିଛି ୬ ଟି ରାଜସ୍ବ ଗାଁ। ୧୨ ଟି ୱାର୍ଡ କୁ ନେଇ ପଂଚାୟତ ଗଠିତ। ୫ ହଜାର ରୁ ଉର୍ଦ୍ଧ ଲୋକ ବସ ବାସ କରନ୍ତି। ଏଠାର ଲୋକମାନେ ଚାଷ ଉପରେ ନିର୍ଭର କରି ଚଳନ୍ତି। ଚାଷ ଜମିକୁ ଜଳ ସେଚନ ହେଉନାହିଁ। ଏଠାର ଲୋକମାନେ ଧାନ, ଆଖୁ ଓ ପନି ପରିବା ଚାଷ କରନ୍ତି। ୫ ବର୍ଷ ରେ ପଂଚାୟତ ର ଦୃଷ୍ଟାନ୍ତ ମୂଳକ ଉର୍ନ୍ନତି କାର୍ଯ୍ୟ ହୋଇଛି। ସ୍କୁଲ ର ଉର୍ନ୍ନତି ହୋଇଛି। ଆବଶ୍ୟକ ପରିମାଣ ର ଶିକ୍ଷକ ଅଛନ୍ତି। ଏଠାରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଯାଏ। ମାଟ୍ରିକ ପାସ ପରେ ଗାଁ ର ପିଲାମାନେ ଇଟାମାଟି ଓ ନୟାଗଡ କଲେଜ କୁ ପାଠ ପଢିବାକୁ ଯାଉଛନ୍ତି। ପଂଚାୟତ ରେ ୫ ଟି ଅଙ୍ଗନବାଡି ସେଣ୍ଟର ରହିଛି। କିଛି ମନ୍ଦିର ର ଉର୍ନ୍ନତି ହୋଇଥିବା ଶହ କିଛି ମନ୍ଦିର ର ଅର୍ଥ ଅଭାବ ରୁ ଉର୍ନ୍ନତି ହୋଇନାହିଁ। ପ୍ରାୟ ପରିବାର କୁ ଆବାସ ଘର ମିଳିଛି। ବାତ୍ୟା ଆଶ୍ରୟ ସ୍ଥଳୀ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗାଁ ରେ ରହିଛି।
ନୟାଗଡ ଜ଼ିଲ୍ଲା ନୟାଗଡ ବ୍ଲକ ରେ ରହିଛି ନାଟୁଗାଁ ପଂଚାୟତ। ପୂର୍ବରୁ ମସାଣି କୁ ଯିବାକୁ ଗ୍ରାମବାସୀ ମାନେ ଭୟ କରୁଥିଲେ। ଗଛ ପତ୍ର ଓ ସାପ ଭୟ ଥିଲେ। ସରପଞ୍ଚ ଙ୍କ ଉଦ୍ୟମ ରେ ପଂଚାୟତ ରେ ନିର୍ମାଣ କରାଗଲା ଅତ୍ୟାଧୁନିକ ପ୍ରଣାଳୀ ମସାଣି। ମସାଣି ପାର୍କ ର ଭ୍ରମ ସୃଷ୍ଟି କରୁଛି। ବିରାଟ କାୟ ଶିବ ମୃତି, ଶିବ ଲିଙ୍ଗ, ଯମ ରାଜା ଓ ସତୀଅନୁସୟା ଓ ବାପା ମା ଙ୍କୁ ପୁଅ ଝିଅ ଓ ବୋହୁ ନ ପଚାରିଲେ କିମିତି ଯନ୍ତ୍ରଣା ଭୋଗିବେ ତାହାକୁ ଖୋଦିତ କରାଯାଇଛି। ଖୁବ ଶୀଘ୍ର ମସାଣି କୁ ଉଦଘାଟନ କରାଯିବ।
ପଂଚାୟତ ର ଉର୍ନ୍ନତି ମୂଳକ କାମ ରେ ଲାଗିଛନ୍ତି ସରପଞ୍ଚ। ଗାଁ ରେ ନିର୍ମାଣ ହେଉଛି ସ୍ମାର୍ଟ ସ୍ମଶାନ। ରାସ୍ତା ର ଉର୍ନ୍ନତି ହେବା ଶହ ପଂଚାୟତ ବାସି ଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଛନ୍ତି। ପଂଚାୟତ ଫଣ୍ଡ, ବିଧାୟକ ପାଣ୍ଠି, ଜ଼ିଲ୍ଲା ପରିଷଦ ପାଣ୍ଠି ଓ ବ୍ଲକ ରୁ ମଧ୍ୟ ଅର୍ଥ ବିନିଯୋଗ ହୋଇଛି। ଜଳ ସେଚନ ର ସୁବିଧା ହେଲେ ଚାଷ ଓ ଚାଷୀ ଙ୍କ ଉର୍ନ୍ନତି ହେବ। ପଂଚାୟତ ବାସି ସ୍ୱାଭଲମ୍ବୀ ହୋଇପାରିବେ।
ଆଗକୁ ଆସୁଛି ପଂଚାୟତ ନିର୍ବାଚନ। ପଂଚାୟତ ର ଉର୍ନ୍ନତି କୁ ନେଇ ପଂଚାୟତ ବାସି ବାଛିବେ ତାଙ୍କ ସରପଞ୍ଚ ଙ୍କୁ। ଦେଖିବାକୁ ବାକି ରହିଲା ଆଗକୁ କେତେ ଉର୍ନ୍ନତି ହେବ ପଂଚାୟତର।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *