ବିଶିଷ୍ଟ ସମାଜ ସେବୀ ନଗେନ ମହାରଣାଙ୍କ ପରଲୋକ

କଟକ : ବିଦ୍ୟାଧରପୁର ଅଞ୍ଚଳର ବେଶ ଜଣା ଶୁଣା ତଥା ବିଶିଷ୍ଟ ସମାଜ ସେବୀ ନଗେନ ମହାରଣା ଆଉ ନାହାନ୍ତି। ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମ ପତ୍ନୀ ଏବଂ ଦୁଇ ପୁତ୍ର ଓ ପୁତ୍ର ବଧୂ ଉପସ୍ଥିତ ଥିଲେ। ସ୍ୱର୍ଗତ ମହାରଣାଙ୍କ ର ମୃତ୍ୟୁ ସମ୍ବାଦ ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ବାସ ଭବନ କୁ ଆସି ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ମହାରଣା ଜଣେ ସମାଜ ସେବୀ ଏବଂ ବହୁ ସଂଗଠନ ସହିତ ଓତପ୍ରୋତ ଭାବେ ଜଡ଼ିତ ଥିଲେ। ବିଦ୍ୟାଧରପୁର ହାଇସ୍କୁଲ ପରିଚାଳନା ସମିତିର ସଦସ୍ୟ, ବିଦ୍ୟାଧରପୁର ବୈଷ୍ୟ ବଣିଆ ସମାଜ, କଟକ ମହାନଗର ବଣିଆ ସମାଜ,ବିଦ୍ୟାଧରପୁର ପୂଜାକମିଟି ର ଉପସଭାପତି ଭାବେ କାର୍ଯ୍ୟ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନ ରେ ବିଦ୍ୟାଧରପୁର ସ୍ଥିତ ଗ୍ରାମ ଶ୍ମଶାନ ରେ ତାଙ୍କ ଶବ ସତ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *