ପରବର୍ତ୍ତୀ ସମୀକ୍ଷା ପାଇଁ ଜିଲ୍ଲାପାଳ ଓ ବିଧାୟକଙ୍କ ବୈଠକ।

ଚଣ୍ଡୀଖୋଲ,୪/୮(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ବଡଚଣା ବ୍ଲକ୍ ରେ ହେଇଥିବା ବନ୍ୟା ର ପରବର୍ତ୍ତୀ ଏକ ପ୍ରସାଶନିକ ବୈଠକ ଯାଜପୁର ଜିଲ୍ଲାପାଳ ଅମ୍ବର୍ କୁମାର କର ଓ ବଡଚଣା ବିଧାୟକ ଅମର ନାୟକ ଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵରେ ଜଳ ନିଷ୍କାସନ ଅବ୍ୟବସ୍ଥା ଯୋଗୁ ବ୍ୟାପକ ଚାଷ ଜମି ଜଳମଗ୍ନ ହେବା ଯୋଗୁ ବ୍ୟାପକ ଫସଲ ନଷ୍ଟ, ବନ୍ୟା।   ପ୍ରଭାବରେ ଅଙ୍ଗନବାଡି ଓ ସ୍କୁଲ ଗୃହ ଗୁଡ଼ିକ କ୍ଷତିଗ୍ରସ୍ତ ରିପୋର୍ଟ ପ୍ରସ୍ତୁତ କରିବା, ବ୍ଲିଚିଂ ପକାଇବା, ହାଲୋଜିନ ବଟିକା ବଣ୍ଟନ, ସ୍ଵାସ୍ଥ୍ୟ ସେବା ସୁଦୃଢ କରିବା, ବିଦ୍ୟୁତ୍ ସେବା ସ୍ଵାଭାବିକ କରିବା, ବନ୍ୟାରେ କ୍ଷୟ କ୍ଷତି ଫସଲ, ବନ୍ୟାରେ କ୍ଷତି ହୋଇଥିବା ମାଟି ଘର ସଠିକ୍ ସର୍ଭେ କରି କ୍ଷତି ଗ୍ରସ୍ତ ମାନଙ୍କୁ ତୁରନ୍ତ ସରକାରୀ ସାହଯ୍ୟ ଯୋଗାଇ ଦେବାକୁ ଏହି ବୈଠକର ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ,ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ , ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ, ତହସିଲ୍ ଦାର୍ ମାନସ ରଞ୍ଜନ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *