ନୟାଗଡ : ଖଣ୍ଡପଡ଼ା ପୁଲିସ କନ୍ଧନୂଆଗାଁରେ ଅଚାନକ ଚଢାଉ କରି ୧୯ ଲିଟର ଦେଶୀ ମଦ ଓ ୨ ଟି ହାତ ତିଆରି ବନ୍ଧୁକ ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ରଘୁନାଥ ପ୍ରଧାନ ଓ ତାଙ୍କ ପୁଅ ସୁକାନ୍ତଙ୍କୁ ଗିରଫ କରିଛି । ଆଜି ଏନେଇ ଖଣ୍ଡପଡା ଏସଡିପିଓ ସରୋଜ କୁମାର ସାହୁ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଦିର୍ଘଦିନ ଧରି ବାପ ଓ ପୁଅ ଉଭୟେ ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରି ଘରେ ଦେଶୀମଦ ପ୍ରସ୍ତୁତ କରି ବିକ୍ରୀ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଚୋରାମଦ ନେଇ ଚଢାଉ କରାଯାଉଥିବାବେଳେ ଦୁଇଟି ଚୋରା ଦେଶି ବନ୍ଧୁକ ପୋଲିସ ପାଇଥିଲା । ସେମାନେ ବନ୍ଧୁକ କେଉଁଠାରୁ ଆଣିଲେ ଏବଂ କେଉଁ ଉଦ୍ଦେଶ୍ଯରେ ରଖିଥିଲେ ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ଅଭିଯୁକ୍ତ ୨ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ପରେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଖଣ୍ଡପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ