
ଚଣ୍ଡିଖୋଲ ୬/୬(କ ବ୍ୟୁ) ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ୩୨ତମ ସାମ୍ବିଧାନିକ ସମ୍ମିଳନୀରେ ଓଡ଼ିଶାର ବିଶିଷ୍ଟ ଶିକ୍ଷକ ନେତା ତଥା ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଙ୍କୁ “ନେତୃତ୍ୱ ଶୀର୍ଷକ ସ୍ଵୀକୃତି “ସମ୍ମାନ ପ୍ରଦାନ କରାଯାଇଅଛି। ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ଙ୍କ ୩୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପଠାଣି ସାମନ୍ତ ସାଂସ୍କୃତିକ ଭବନ ନୟାଗଡ଼ ଠାରେ ଆୟୋଜିତ ଉତ୍ସବରେ ପ୍ରାଧ୍ୟାପକ ମାହାଲାଙ୍କୁ ସାଧାରଣ ଶିକ୍ଷା ବ୍ୟବସ୍ଥା, ଓଡ଼ିଶାରେ ଉଚ୍ଚ ଶିକ୍ଷା ର ପ୍ରଚାର ପ୍ରସାର, ଶିକ୍ଷା ଅଧିକାର ଆଇନ୍, ଶିକ୍ଷା ସମସ୍ୟା ଓ ଏହାର ସମାଧାନ, ଶିକ୍ଷଫକ ଆନ୍ଦୋଳନ, ଶିକ୍ଷା ଅଧିକାର, ଗଣ ତାନ୍ତ୍ରିକ ଅଧିକାର ସାଂପ୍ରତିକ ସମୟରେ ଶିକ୍ଷାର ବିକାଶ ଦିଗରେ ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀତଥା ବର୍ତ୍ତମାନ ର ନୟାଗଡ଼ ମାନ୍ୟବର ବିଧାୟକ ଡ,ଅରୁଣ କୁମାର ସାହୁ,ଯୋଗଦେଇ ତାଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ନିମ୍ବ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ବିକ୍ରମ କୁମାର ଦାସ,ସାଧାରଣ ସଂପାଦକ ସୁକାନ୍ତ କୁମାର ବେହେରା,ଉପଦେଷ୍ଟା ଜଗବନ୍ଧୁ ଜେନା, ମିଳିତ ଶିକ୍ଷକ ସଙ୍ଘର ଆବାହକ ପ୍ରକାଶ କୁମାର ମହାନ୍ତି, ୬୮୨ବର୍ଗ ଶିକ୍ଷକ କର୍ମଚାରୀ ସଙ୍ଘର ସଭାପତି ଗୋଲଖ ନାୟକ, ଗଗନ ବେହୁରା ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର। ସାଧାରଣ ସଂପାଦକ ସୁକୁମାର ପାଇନ୍ ସମେତ ରାଜ୍ୟର ବହୁ, ଶିକ୍ଷକ ଶିକ୍ଷୟତ୍ରୀ,ଅଧ୍ୟାପକ ଅଧ୍ୟାପିକା ଶିକ୍ଷାବିତ୍, ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇଥିଲେ।ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଙ୍କୁ ତାଙ୍କର ଏହି ସମ୍ବର୍ଦ୍ଧନା ପାଇଁ ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ବ୍ୟକ୍ତି ବିଶେଷତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।