ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉଦଳା ର ବାର୍ଷିକ ଉତ୍ସବ

ବାରିପଦା-ଉଦଳା(କ:ବ୍ଯୁ) ତା୧୧.୦୨.୨୦୨୬- ଉଦଳା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉଦଳା ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ବିନ୍ଧାଣୀଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି। ଉକ୍ତ ସଭାରେ ପ୍ରମିଳା ପଣ୍ଡା,ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମୁଖ୍ୟ ଅତିଥି,ଦୀପକ କୁମାର ମିଶ୍ର,ଗୋଷ୍ଠୀ ଶିକ୍ଷା ଅଧିକାରୀ,ଉଦଳା ସ୍ଵତନ୍ତ୍ର ଅତିଥି, ମିନତୀ ମଞ୍ଜରୀ ପଣ୍ଡା,ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ,ଉଦଳା ମୁଖ୍ୟ ବକ୍ତା, ଉର୍ମିଳା ୱାର୍ଡ କାଉନସିଲର ୧୦ନମ୍ବର ୱାର୍ଡ,ସନ୍ଧ୍ୟା ରାଣୀ ବାରିକ,ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଉଦଳା,ସଞ୍ଜୟ କୁମାର smc chair person, ବସନ୍ତ ପରିଡ଼ା,ପୁରାତନ ଛାତ୍ର ସଂସଦ ସଭାପତି, ଗୌର କିଶୋର ବିନ୍ଧାଣୀ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉଦଳା ଏନ ଏ ସି ସମ୍ମାନିତ ଅତିଥି ରୂପରେ ସଭାରେ ଯୋଗ ଦେଇଥିଲେ।ପୂର୍ବରୁ ଅନୁଷ୍ଠିତ ହୋଇଥିବା କ୍ରୀଡା ମହୋତ୍ସବରେ ମୋଟ ୩ଟି ବିଭାଗ ର ମୋଟ ୧୫ଗୋଟି କ୍ରୀଡା ପ୍ରତିଯୋଗିତା ରେ ୬୫ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କର ଯାଇଥିଲା।ଶିକ୍ଷୟିତ୍ରୀ ଆଦ୍ୟାଶା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଶିକ୍ଷୟିତ୍ରୀକବିତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ସୁଜାତା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା.ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପୁରାତନ ଛାତ୍ର ଚନ୍ଦନ,ନନ୍ଦିନୀ ଙ୍କ ସହଯୋଗ ରେ ସାଫଲ୍ୟ ମଣ୍ଡିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ସବିତା ଦାସ, ବହୁବନ୍ଧ କ୍ଲଷ୍ଟର crcc ବୈଶାଖୀ ସାହୁ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *