ଆଇଏସ ଆର ଡିର‌ ବାର୍ଷିକ ବୈଠକ।

ଗଞ୍ଜାମ ତା 7ଫେଵୃଆରୀ,: () ଵ୍ରହ୍ମପୁର ସ୍ୱର୍ଣ୍ଣ ମୟୀ ନଗର ଠାରେ ସ୍ବେଛାସେବୀ ଅନୁଷ୍ଠାନ ଆଇଏସ୍ ଆର ଡି ର ବାର୍ଷିକ ସାଧାରଣ ସଭା ନିଜସ୍ୱ କାର୍ଯ୍ୟ।ଳୟରେ ଅନୁଷ୍ଠାନ ର ନିର୍ଦ୍ଦେଶକ ସୁଧୀର କୁମାର ସାବତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଉପସ୍ଥିତ ଥିବା ଅତିଥି ଓ ସଦସ୍ୟ ମାନଙ୍କ ପରିଚୟ ଆଦାନପ୍ରଦାନ ପରେ ବୈଠକ ବିଧିବଦ୍ଧ ଭାବେ ହୋଇ ଅନୁଷ୍ଠାନ ର କାର୍ଯ୍ୟ ଓ ପ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାର ଶକ୍ତି ପୀଠ ମା ତାରାତାରିଣୀ ମନ୍ଦିର ପରିସରରେ ରାଜ୍ୟ ସରକାର ଙ୍କପକ୍ଷ ରୁ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଅବହେଳିତ ଗରୀବ ୨୦୧ ଦମ୍ପତ୍ତି ଙ୍କବିଵାହ କାର୍ଯ୍ୟ ଅନୁଷ୍ଠିତ କରାଯାଇ ଥିବାରୁ ବୈଠକ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଭରା ଧନ୍ୟବାଦ ଜ୍ଞାପନ କରାଯାଇଛି। ଅନୁଷ୍ଠାନ ର ଅଧ୍ୟକ୍ଷ ସଚିଦାନନ୍ଦ ନାୟକ ଉପାଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ, କ୍ଷେତ୍ରବାସୀ ପାଣିଗ୍ରାହୀ,ପି ବୈରାଗୀ ପାତ୍ର ପ୍ରମୁଖ ସଦସ୍ୟ ମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଶ୍ରୀମତୀ ଲକ୍ଷ୍ମୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ। ‌ ‌ହିନ୍ଦୁସ୍ଥାନସମାଚାର/ହୃଷୀକେଶ

Leave a Reply

Your email address will not be published. Required fields are marked *