ବରଗଡ଼ରେ ରାଜ୍ୟ ସ୍ତରୀୟ ଆଇନ ସଚେତନତା ଶିବିର

ବରଗଡ଼:- (କ ବ୍ୟୁ ) ବରଗଡ଼ ଜିଲ୍ଲା ସଦର ସ୍ଥିତ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ବରଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ମୁଖ୍ୟ ସେକ୍ରେଟାରୀ ଶ୍ରୀ ବିଭୂତି ଭୂଷଣ ନାୟକ, ଲିଗାଲ ଏଡଭାଇଜର ଶ୍ରୀ ମୁନସୀ ସାହୁ ଓ ବିଦ୍ୟାଳୟର ପ୍ରିନ୍ସିପାଲ ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ମାନେ ଟ୍ରାନସ୍ଜେଣ୍ଡର ମାନଙ୍କ ଅଧିକାର ଏବଂ ସରକାରୀ ସହାୟତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଥିଲେ । ଶେଷରେ ବିଦ୍ୟାଳୟ ର ପ୍ରିଂଶିପାଲ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ । ଏହାକୁ ପି ଏଲ୍ ଭି ଶ୍ରୀ ପୁରନ୍ଦର ବାଗ ଓ ଅନ୍ୟାନ୍ୟ ସାଥୀ ମାନେ ସହଯୋଗ କରିଥିଲେ । ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *