ବର୍ଷ ର ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ

ନୟାଗଡ : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭୩୫୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୦୧ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୫ ଟି ଫଇସଲା କରାଯାଇ ୧୪୯୬୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୯ ଟି ମାମଲା ଫଇସଲା କରାଯାଇ ୮୪୦୦୦ ଟଙ୍କା ଆଦାୟ କରଯାଇଥିଲା। ସେଥି ମଧ୍ୟରୁ ଦୁଇଟି ବିବାହ ଜନିତ ସ୍ବାମୀ ସ୍ତ୍ରୀ କେସରେ ପରିବାର ଅଦାଲତ ବିଚାରପତିଙ୍କ ଦୃଢ ପ୍ରଚେଷ୍ଟାରେ ସ୍ବାମୀ ସ୍ତ୍ରୀ ଏକାଠି ହୋଇ ପାରିଛନ୍ତି । ଅନ୍ଯାନ୍ଯ ଫୌଜଦାରୀ ୧୯୧ ଟି ମାମଲା ଫଇସଲା କରଯାଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୪୦ ଜଣ ଋଣ ଗ୍ରହିତାଙ୍କଠାରୁ ୨୫୪୭୧୩୧.୦୦ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ସେହିପରି ୪୦୭୭ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୦୫୪୫୩୮ ଟଙ୍କା ଆଦାୟ କରଯାଇଥିଲା ଏବଂ ରଫାଯୋଗ୍ୟ ଫଉଜଦାରି ମାମଲା ୩ ଟି ଫଇସଲା କରାଯାଇଥିଲା । ବିଦ୍ୟୁତ ସମ୍ବନ୍ଧୀୟ ୪୪ ଟି ମାମଲା ଫଇସଲା ହୋଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ରିଜା ରାୟ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା , ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ଶ୍ରୀ ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସମାପିକା ସମଦର୍ଶିନୀ,ଜେ।ଏମ ଏଫ ସି ଲଲିତା ପାତ୍ର ଏବଂ ଶୁଶ୍ରିତା ମିଶ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ସ୍ଵୟଂ ପ୍ରଭା ଆଚାର୍ୟ ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ସୋନାଲୀ ସରିତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ସମସ୍ତ ନ୍ୟାୟ ଅଧିକାର ମିତ୍ର, ଅଧିବକ୍ତା ଦଣ୍ଡପାଣି ସ୍ଵାଇଁ, ରମେଶ ଚନ୍ଦ୍ର ମହାରଣା, କନସିଏଲେଟର କ୍ଷଣପ୍ରଭା କର ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *