ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆୟୋଜନ ସମ୍ପର୍କିତ ପ୍ରସ୍ତୁତି ବୈଠକ

ବାରିପଦା(କ:ବ୍ଯୁ) ତା୦୪-୧୨-୨୦୨୫
ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସାହୁ ଉପସ୍ଥିତ ଅନ୍ୟ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ମେଳା ସମ୍ବନ୍ଧରେ ସବିଶେଷ ସୂଚନା ଦେଇଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଚଳିତ ଡିସେମ୍ବର ମାସ ୧୯ ଏବଂ ୨୦ ତାରିଖ ଦୁଇଦିନ ଧରି ଉକ୍ତ ମେଳା ବାରିପଦା ଛଉ ପଡିଆରେ ଆୟୋଜିତ ହେବ । ଏଥିରେ ପ୍ରାୟ ୫୦ ଗୋଟି ବିଭିନ୍ନ, ପ୍ରକାର ପ୍ରଦର୍ଶନୀ ଷ୍ଟଲ କରିବାକୁ ଯୋଜନା ଅଛି । ଏହି ଷ୍ଟଲ ଗୁଡିକରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଯିବା ସହିତ ଯୋଜନାରୁ ହିତାଧିକାରୀ ମାନେ କିପରି ଉପକୃତ ହୋଇପାରିବେ ସେଥିପାଇଁ ସଚେତନ କରାଯିବ। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ କୃଷକମାନେ ଯୋଗଦେବେ । ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଷୟ ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ଦ୍ଵାରା ଚାଷୀମାନଙ୍କୁ ଅଧିକ ବୈଷୟିକ ଜ୍ଞାନ କୌଶଳ ଓ ପ୍ରୋତ୍ସାହନ ଦେବାକୁ ମଧ୍ୟ ଯୋଜନା ରହିଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ଯୋଜନା ଆଧାରିତ ବିଷୟବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ବୈଠକରେ ସିଡ଼ିପିଓ ଡ଼ଃ ରମଣୀ ରଞ୍ଜନ ବିଶ୍ୱାଳ, ଏଡିବିଓ ଡ଼ଃ ଦେବଦତ୍ତ ଦାଶ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଦୀପ ଘୋଷ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *