“ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶ୍ଵ ଏଡସ୍ ଦିବସ ପାଳିତ”

ବାରିପଦା/ଉଦଳା ତା୦୨/୧୨/୨୦୨୫ (କ:ବ୍ଯୁ) : ୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ  ଉଦଳା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ସୋମବାର ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି । ଅଧ୍ୟିକ୍ଷକ ଡାକ୍ତର ମିନକେତନ ମହାନ୍ତି (ଭେଷଜ ବିଶେଷଜ୍ଞ) ଯୋଗଦାନ କରି ଏହି ଏଡସ୍ ଦିବସ ପାଳନ ,ଏହାର ସମାଜ ରେ ଭୟାବହତା  ଉପରେ ଆଲୋକ ପାତ‌କରି‌ ଥିଲେ ।ଏଡସ୍ ବ୍ୟାପିବାର ମାଧ୍ୟମ କିପରି‌ ରୋକାଯାଇ ପାରିବ ସମସ୍ତେ ଏଚି ଆଇ ଭି  ରକ୍ତ ପରୀକ୍ଷା କରି ନିଜର ସ୍ଥିତି ଜାଣିବା ସହିତ ବ୍ୟାପିବାକୁ  ରୋକିବା ପାଇଁ ସଚ୍ଚେତନ ଉପରେ ଆଲୋଚନା କରିଥିଲେ ।  ଡାକ୍ତର ଲକ୍ଷ୍ମୀ କାନ୍ତ ପତି(ଶିଶୁ ବିଶେଷଜ୍ଞ)  ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ହୋଇ ଡା ପ୍ରଜ୍ଞା ପ୍ରିୟଦର୍ଶି ବେହେରା (ନିଃତେଜକ ବିଶେଷଜ୍ଞ ଏବଂ ରକ୍ତ ବ୍ୟାଙ୍କ ଅଧିକାରିଣୀ)ଡା ଜ୍ୟୋତି ରଞ୍ଜନ  ପ୍ରଧାନ(ଶଲ୍ୟଚିତ୍ସକ)ଡା ରାଧେଶ୍ୟାମ ନନ୍ଦ,ଡା ଭିକେଶ ଗୁଲଜାର ଏଡସ୍ ର ଭୟାବହତା ଉପରେ ମତବ୍ୟକ୍ତ ରଖିଥିଲେ ।  ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଆଇ ସି ଟି ସି ପରାମର୍ଶଦାତା ପଙ୍କଜ କୁମାର ଦଳେଇ  ଏଚ୍ ଆଇ ଭି ସ୍ଥିତି ଏହା ବ୍ୟାପିବାର ମାଧ୍ୟମ,ଉଚ୍ଚ ବିପଦପୂର୍ଣ୍ଣ ଗୋଷ୍ଠୀ ଚିହ୍ନଟ କରଣ ଉପରେ ଗୁରୁତ୍ବ  ଆରୋପ କରିଥିଲେ ।ସର୍ବସେଷ ରେ ଆଧ୍ୟିକ୍ଷକ ସମସ୍ତ ଙ୍କୁ  ଶପଥ ଗ୍ରହଣ କରାଇଥିଲେ ଏଡସ୍‌ କୁ ଜାଣିବା,ଏଡସ୍ କୁ ଜିଣିବା ଏବଂ ସଚେତନତା‌ ମାଧ୍ୟମ ରେ  ଏଡସ୍ ମୁକ୍ତ ସମାଜ ଗଠନ କରିବା  ଲକ୍ଷ ନେଲେ ଉକ୍ତ ଦିବସ  ପାଳନ କରିବା ଫଳପ୍ରଦ ହୋଇପାରିବ ।

Leave a Reply

Your email address will not be published. Required fields are marked *