
ବାରିପଦା/ ଉଦଳା୦୧/୧୨/୨୦୨୫(କବ୍ଯୁ) : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ପୂର୍ତ୍ତବିଭାଗ ଡାକବଙ୍ଗଳା ରେ ଜାତୀୟ କଂଗ୍ରେସ ର ଏକ ପ୍ତେସ୍ ମିଟ୍ ସୋମବାର ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ( ପୂର୍ବ) ର ସଭାବତି ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଶୁଭେଛା ଜଣାଇ ସାମ୍ପ୍ରତିକ ପରିସ୍ଥିତି ରେ ଭାରତ ଏକ ଗଣତନ୍ତ୍ର ସାର୍ବଭୌମତ୍ବ ରାଷ୍ଟ୍ର ହୋଇଥିଲେ ବି ସାଧାରଣ ଜନତା ତାର ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି ।ଏହି ପରିପ୍ରେକ୍ଷୀରେ ଗଣତନ୍ତ୍ର କୁ ବଞ୍ଚାଇବା ପାଇଁ ମାନ୍ୟବର ସାଂସଦ ବିରୋଧିଦଳ ନେତା ରାହୁଳ ଗାନ୍ଧିଙ୍କ ଆହ୍ବାନ କ୍ରମେ ଜିଲ୍ଲା ସ୍ତରୀୟ ବହୁ ପ୍ରତିଭା ଙ୍କ ମେଧା ଆନେଶ୍ଵଣ କାର୍ଯ୍ୟ କ୍ରମ ରେ ପ୍ରବକ୍ତା ହୋଇ ସାମ୍ବିଧାନିକ ବ୍ୟବସ୍ଥା ସାଧାରଣ ରେ ମତବ୍ୟକ୍ତ କରିବେ ।ଗ୍ରାମାଅଞ୍ଚ ରୁ ଜାତୀୟ ସ୍ତରକୁ ମେଧାଅନ୍ନେଶ୍ଵଣ କାର୍ଯ୍ୟକ୍ରମ କୁ ଯିବାପାଇଁ ଦଳର ଡିଜିଟିଲ ବାରକୋଡ଼ ରେ ଆବେଦନ କରିବାକୁ ଆହ୍ୱାନ ଦେଇଛନ୍ତି ।କଂଗ୍ରେସ ର ଯୁବ ନେତୃତ୍ବ ନିର୍ବାହ କରୁଥିବା ଉତ୍ତମ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)