“କପ୍ତିପଦା ଉପଖଣ୍ଡସ୍ତରୀୟ ବ୍ରାହ୍ମଣ ମହାସଭା : ପଞ୍ଚମ ବୈଠକ ଅନୁଷ୍ଠିତ”

ବାରିପଦା-ଉଦଳା(କ:ବ୍ଯୁ) ତା୩୦/୧୧/୨୫ କପ୍ତିପଦା ଉପଖଣ୍ଡସ୍ତରୀୟ ବ୍ରାହ୍ମଣ ମହାସଂଘର ସଭାପତି ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ଉଦଳା ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ଆଜୀବନ ସଭ୍ୟ ଭାବେ ପରମେଶ୍ୱର ମିଶ୍ର ଓ ରତିକାନ୍ତ ଦାଶ ଯୋଗଦାନ କରିଥିବାରୁ ସଂଘ ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଇଅଛି । ସଂଘର ଆଜୀବନ ବରିଷ୍ଠ ସଦସ୍ୟ ଜୟ ଚନ୍ଦ୍ର ପତ୍ରୀ ଓ ସଂଘର ଆଜୀବନ ସଦସ୍ୟ କୂଳମଣି ଦାଶଙକ ପିତା ଉଦୟ ଦାଶଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ସେମାନଙ୍କର ମହତ କାର୍ଯ୍ୟ ଓ ଗୁଣାବଳୀ ସମ୍ବନ୍ଧରେ ସଭ୍ୟମାନେ ଆଲୋଚନା କରିଅଛନ୍ତି । ଉକ୍ତ ବୈଠକରେ ସଂଘର ପଞ୍ଜିକରଣ ଅନୁଯାୟୀ ନୂତନ କର୍ମକର୍ତ୍ତା ଚୟନ କରାଗଲା । ସଭାପତି ସତ୍ୟବ୍ରତ ମିଶ୍ର, ଉପସଭାପତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସାଧାରଣ ସଂପାଦକ ଭାବେ ରଞ୍ଜନ କୁମାର ପ୍ରହରାଜ, ଯୁଗ୍ମ ସମ୍ପାଦକ ସରୋଜ କୁମାର ପଣ୍ଡା, କୋଷାଧ୍ୟକ୍ଷ ରଜତ କୁମାର ମିଶ୍ର, ସହ ସମ୍ପାଦକ, କପ୍ତିପଦା ଅକ୍ଷୟ କୁମାର ମିଶ୍ର, ଉଦଳା ବିଜ୍ଞାପିତ ନିମନ୍ତେ ବିଜୟ କୁମାର ପଣ୍ଡା, ଉଦଳା ବ୍ଲକ୍ ପାଇଁ ମନ୍ମୟ କୁମାର ପ୍ରହରାଜ, ଖୁଣ୍ଟା ଶ୍ରୀକାନ୍ତ ଆଚାର୍ଯ୍ୟ, ଗୋପବନ୍ଧୁ ନଗର ବ୍ଲକ୍ ପାଇଁ କ୍ଷିତିଶ ଚନ୍ଦ୍ର ମିଶ୍ର, ଉପଦେଷ୍ଟା ମଣ୍ଡଳୀ ପାଇଁ ପ୍ରମିଳା ପଣ୍ଡା, ଶ୍ୟାମ ସୁନ୍ଦର ପଣ୍ଡା, ରମାକାନ୍ତ ପାଣିଗ୍ରାହୀ, ଶଶିକାନ୍ତ ମିଶ୍ର, ତ୍ରିଲୋଚନ ରଥ, ବନମାଳୀ ପଣ୍ଡା, ରତିକାନ୍ତ ଦାଶଙ୍କୁ ମନୋନୀତ କରାଗଲା । ଉକ୍ତ ନିର୍ବାଚନକୁ ଡ଼. ଶ୍ୟାମସୁନ୍ଦର ପଣ୍ଡା ପରିଚାଳନା କରିଥିଲେ । ବ୍ରହ୍ମଚାରୀ ଛତିଶ, ତ୍ରିଲୋଚନ ରଥ, ରଜତ କୁମାର ପଣ୍ଡା, କିଶୋର ଚନ୍ଦ୍ରମହାପାତ୍ର, ବଂଶୀଧର ପତ୍ରୀ, ଗୌରାଙ୍ଗ ପାଣିଗ୍ରାହୀ, ସନ୍ତୋଷ କୁମାର ମିଶ୍ର, ହର ନାରାୟଣ ମହାପାତ୍ର, ପ୍ରସନ୍ନ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ପାତ୍ର, ରବିନ୍ଦ୍ରନାଥ ଆଚାର୍ଯ୍ୟ, ଈଶ୍ୱର ଚନ୍ଦ୍ର ମହାପାତ୍ର, ଭାସ୍କର ଚନ୍ଦ୍ର ପଣ୍ଡା, ଧିରେନ୍ଦ୍ର ନାଥ ପଣ୍ଡା, ଚକ୍ରଧର ପଣ୍ଡା, ପ୍ରଭାକର ପଣ୍ଡା, ମନୋରଞ୍ଜନ ନନ୍ଦ, ପ୍ରଶାନ୍ତ କୁମାର ମିଶ୍ର, ଶିରିଶ ଚନ୍ଦ୍ର ମହାପାତ୍ର,, ମନୋରଞ୍ଜନ ପାଠୀ, କାମିନୀକାନ୍ତ ପାଣିଗ୍ରାହୀ, ସର୍ବେଶ୍ୱର ମହାପାତ୍ର, ମନୋରଞ୍ଜନ ମହାପାତ୍ର, ରାଜେଶ କୁମାର ମହାପାତ୍ର, ସତ୍ୟ ରଞ୍ଜନ ପାଣିଗ୍ରାହୀ, ଜ୍ୟୋତି ଶଙ୍କର ଦାଶ, ହରିଶ୍ଚନ୍ଦ୍ର ମିଶ୍ର, ପରମେଶ୍ୱର ମିଶ୍ର, ସୋମନାଥ କର, ସନାତନ ମହାପାତ୍ର, ଗଣେଶ୍ୱ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ସମାପ୍ତ ପରେ ବନ୍ଧୁ ମିଳନ ଆୟୋଜନ କରାଯାଇ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *