“ଉଦଳା ମହୋତ୍ସବ “ଧୁମୁସା – ୨୦୨୫” କୋର କମିଟି ସବକମିଟି ବୈଠକ ଅନୁଷ୍ଠିତ”

ବାରିପଦା-ଉଦଳା ତା୨୯/୧୧ /୨୦୨୫ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଦଳା ମହୋତ୍ସବ “ଧୁମୁସା -୨୦୨୫” ପାଳନ ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ କପ୍ତିପଦା ଉଦଳା ସୁଶାନ୍ତ କୁମାର ବାରିକଙ୍କ ସଭାପତିତ୍ୱରେ ଉପଜିଲ୍ଲାପାଳ ଙ୍କ ବୈଠକ ଗୃହ ରେ  ବୈଠକ‌ହୋଇଯାଇଛି ।ଶନିବା଼ ଅପରାହ୍ନ ୫ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ କୋରକମିଟି  ଓ ସବ୍ କମିଟି ସଦସ୍ୟ ଙ୍କ ଉପସ୍ଥିତ ରେ ୮ଦିନ ର କାର୍ଯ୍ୟକ୍ରମ ଆଲୋଚନା ହୋଇଅଛି ‌।   ଉକ୍ତ ପ୍ରସ୍ତୁତି ବୈଠକରେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା,   ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ପୋଲିସ୍  ଅଧିକାରୀ ହୃଷୀକେଶ   ନାଏକ  ପ୍ରମୁଖ ମଞ୍ଚାସୀନ ଥିଲେ ।   ଚଳିତ ବର୍ଷ ମହୋତ୍ସବ ଡିସେମ୍ବର  ୧୪ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ସର୍ବପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇ
  ମହା ଆଡମ୍ବରରେ ପାଳିତ ହେବାକୁ ସିଦ୍ଧାନ୍ତ  ଗ୍ରହଣ କରାଗଲା । ଉପଖଣ୍ଡର ୪ ଗୋଟି  ବ୍ଲକ, ଉଦଳା ଏନଏସି  ଏବଂ ଆଇଟିଡିଏ କପ୍ତିପଦା ଉଦଳା ତଥା ଉପଖଣ୍ଡ ମହୋତ୍ସବ କମିଟି ତରଫରୁ ମୋଟ ୮ ଦିନ ପାଇଁ ଆୟୋଜିତ ହେବାକୁ ଥିବା ଉଦଘାଟନୀ ଦିବସ ଡିସେମ୍ବର ୧୪ ତାରିଖ ଏବଂ ଉଦଯାପନୀ ଦିବସ ଡିସେମ୍ବର ୨୧ ତାରିଖ କାର୍ଯ୍ୟକ୍ରମ   ଅତିଥି ଓ ‌ ସାଂସ୍କୃତିକ ଦଳ ଚୟନ ପାଇଁ ଏକଟିମ ସୋମବାର ଭୁବନେଶ୍ଵର ଯିବାକୁ ସିଦ୍ଧାନ୍ତ ନିଆଯାଇଛି  ।ଉପଖଣ୍ଡସ୍ତରୀୟ ପାଳନ କମିଟି ଦ୍ୱାରା ଆୟୋଜିତ ହେବାକୁଥିବା ମହୋତ୍ସବ ଧୁମୁସା -୨୦୨୫ ନିମନ୍ତେ ପ୍ରକାଶିତ ହେବାକୁ ଥିବା ସ୍ମରଣିକା , ବେଲୁଣ ଉଡାଣ, ସାଂସ୍କୃତିକ  କାର୍ଯ୍ୟକ୍ରମ ,କାରନିଭାଲ ଉଦଳା ଗୌଡିୟ ମଠ ରୁ ଆରମ୍ଭ ହୋଇ ବଜାର ପରିକ୍ରମା କରି ମହୋତ୍ସବ  ପଡିଆ ରେ ମାନ୍ୟବର ମନ୍ତ୍ରୀ ଙ୍କ ଉପସ୍ଥିତ ରେ ଶୁଭାରମ୍ଭ ହେବ ।ଓକିଲ ସଂଘ ସମ୍ପାଦକ ବସନ୍ତ କୁମାର ପରିଡା,ଉପଖଣ୍ଡ ଓକିଲ ସଂଘ ସମ୍ପାଦକ ରଜତ କୁମାର ମହାପାତ୍ର,ପ୍ରୀୟରଞ୍ଜନ ଜେନା ଉଦଳା ନିର୍ବାହୀ ଅଧିକାରୀ, ଲିଲି‌ ଭୋଳ
ଇତ୍ଯାଦି ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *