ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ର ୨୧ତମ କିସ୍ତି

କୋରାପୁଟ /୧୯ /୧୧/୨୦୨୫ : ତାରିଖରେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ର ୨୧ତମ କିସ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ତାମିଲନାଡୁ ର କୋଏମ୍ବାଟୁର ଠାରେ ଉନ୍ମୋଚନ କରାଯାଇଥିଲା। ଏହା ଦେଶର ସମସ୍ତ ସ୍ଥାନରେ ସିଧାପ୍ରସାରଣ କରାଯାଉଥିଲା। ଏହା କୋରାପୁଟ ଜିଲ୍ଲାର ସଧଭାବନା ସଭା ଗୃହରେ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ସାଧାରଣ )ଶ୍ରୀ ତପନ କୁମାର ନାୟକ, ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର ସମ୍ମାନିତ ଅତିଥି ଥିଲେ ଏବଂ କୋରାପୁଟର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ,କୃଷି ଜିଲ୍ଲା ଅଧିକାରୀ କୋରାପୁଟ,ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି କୋରାପୁଟ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା କୋରାପୁଟ, ସହକାରୀ ମତ୍ସ୍ୟ ଅଧିକାରୀ କୋରାପୁଟ, KVK ର ବିଜ୍ଞାନୀକ ଓ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ୧୦୦ ଜଣ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଲାରେ ମୋଟ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୬୮୬୧୨ ଥିଲା ଯେଉଁମାନଙ୍କୁ ୧୩ କୋଟି ୭୨ ଲକ୍ଷ ୨୪ ହଜାର ଟଙ୍କାର ସହାୟତା ପ୍ରଦାନ କରାଗଲା ।

Leave a Reply

Your email address will not be published. Required fields are marked *