
ପାଲଲହଡା- 23 ତାରିଖ ରବିବାର ତାରିଖ ଦିନ ଚେନାଇର ମିନମବାକି ସ୍ଥିତ ଏଏମ ଜୈନ କଲେଜର ଜ୍ଞାନ ଭଵନ ପ୍ରେଖ୍ୟାଳୟ ଠାରେ ଚେନାଇ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ତ୍ତିକ ପୁର୍ଣିମା ମହୋତ୍ସବ ଓ ଆମ ଚାଟଶାଳୀ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେଇଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଏବଂ ଯାଜପୁର ସାଂସଦ ରବିନାରାୟଣ, ବେହେରା,ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିଳ୍ପପତି ଡିମ୍ପଲ ଚୌଧୁରୀ, ମୁଖ୍ୟ ବକ୍ତା ରୂପେ ପ୍ୟାରୀ ଏଣ୍ଟର ପ୍ରାଇଜେସର ସିଇଓ ରଶ୍ମିରଂଜନ ମହାପାତ୍ର ଯୋଗଦେଇଥିଲେ I ଏହି ଅବସର ରେ ଓଡିଶା ବାହାରେ ମଧ୍ୟ ଓଡ଼ିଆ ମାନେ ଏକତ୍ରିତ ହୋଇ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଆ ଭାଇଚାରା ର ବଳିଷ୍ଠ ଉଦାହରଣ ବୋଲି ମତ ଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ପରିଷଦ, ଚେନାଇ ର ସମ୍ପାଦକ ପାର୍ଥ ସାରଥୀ ଦାଶ, ସରୋଜ କୁମାର ସେନାପତି ଙ୍କ ସମେତ ବହୁ ପଦାଧିକାରୀ ଏବଂ କର୍ମକର୍ତା ଉପସ୍ଥିତ ଥିଲେ I