“ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ଉଦଳା ଠାରେ ଏକତା ପଦଯାତ୍ରା ଅନୁଷ୍ଠିତ”

ବାରିପଦା-ଉଦଳା(କ:ବ୍ଯୁ) ତା. ୧୮/୧୧ – ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉଦଳା ଠାରେ ପାଳନ ପରିପ୍ରେକ୍ଷୀରେ ଏକ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢେଇ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌, କାନ୍ଦରା ସୋରେନ୍‌, ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉଦଳା ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପ୍ରଭୁ ଜଗନ୍ନାଥ ଏବଂ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରିବା ପରେ ବନ୍ଦେ ମାତରମ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ତତ୍‌ପରେ ସମସ୍ତ ଅତିଥି ତଥା ଉପସ୍ଥିତ ପଦଯାତ୍ରୀ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରିବା ପରେ ଉଦଳା ହାଇସ୍କୁଲ ପଡିଆରୁ ପ୍ରାୟ ୩ ହଜାର ପଦଯାତ୍ରୀ ବାହାରି ଦେଶାତ୍ମବୋଧକ ସଙ୍ଗୀତ ସହିତ ବିଭିନ୍ନ ସ୍ଲୋଗାନ୍ ମାନ ଦେଇ ସହର ପରିକ୍ରମା କରି ହୋଟେଲ ସିପ୍ରନ୍ ଇନ୍ ନିକଟରେ ଆୟୋଜିତ ମଞ୍ଚ ନିକଟରେ ପହଞ୍ôଚ ସେଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଆୟୋଜିତ ମଞ୍ଚ ଅତିକ୍ରମ କରି ପୁନର୍ବାର ମୁଖ୍ୟ ଆୟୋଜନ ମଞ୍ଚ ଉଦଳା ହାଇସ୍କୁଲ ପଡିଆରେ ପହଞ୍ôଚବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଦଯାତ୍ରା ସମୟରେ ସହରରେ ଥିବା ସମସ୍ତ ମହାମନିଷୀମାନଙ୍କ ପ୍ରତିମୂର୍ତ୍ତୀରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଧୂପସୂମନ ପ୍ରଦାନ କରିଥିଲେ । ସଭାରେ ସମସ୍ତ ଅତିଥି ସର୍ଦ୍ଦାର ପଟେଲଙ୍କ ଗୁଣଗାନ ପରିପ୍ରେକ୍ଷୀରେ କହିଥିଲେ କି, ଗଡଜାତ ରାଜ୍ୟମାନଙ୍କ ମିଶ୍ରଣ, କୃଷକମାନଙ୍କ ହକ୍ ପାଇଁ ଲଢେଇ କରି ସେ ସଫଲତା ଅର୍ଜ୍ଜନ କରିଥିଲେ । ଏକ-ଭାରତ, ଆତ୍ମନିର୍ଭର ଭାରତ ଗଢିବା ଉଦ୍ଦେଶ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ପାଇଁ ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୫ ଜଣ ବ୍ୟକ୍ତିବିଶେଷଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉପଖଣ୍ଡର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ଏବଂ ଚିତ୍ରକଳା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏହା ସହିତ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ୩ ଗୋଟି ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଅଧିକ୍ଷକ ଉପଖଣ୍ଡ ଚିକିତ୍ସାଳୟ ଲକ୍ଷ୍ମୀକାନ୍ତ ପତି, ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର, ସିଡିପିଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ତହସିଲଦାର ଉଦଳା ସୁପ୍ରଭା ଦାସ, ଡେପୁଟି କଲେକ୍ଟର ପ୍ରତୀକ ପଣ୍ଡା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ରମେଶ ପୃଷ୍ଟି, ସତ୍ୟପ୍ରକାଶ ପାତ୍ର ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିବା ବେଳେ କୃଷି ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ଶ୍ରୀୟାସ୍ମିତା ଦାସ କାର୍ଯ୍ୟକ୍ରମର ଉଦଘୋଷିକା ଦାୟିତ୍ୱ ସମ୍ପାଦନ କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଦଳା ଏନଏସି ପ୍ରିୟରଞ୍ଜନ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *