ପଦ୍ମପୁର କପଶିଲାରେ ଆଡମ୍ବରରେ କୁରାଳ ପଞ୍ଚମୀ ପାଳନ l

ପଦ୍ମପୁର ( କ ବ୍ୟୁ) 27-11-25 : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିକଟସ୍ଥ କପସିଲା ଠାରେ କୁମ୍ଭକାର ସମାଜ ର କୁରାଳ ପଞ୍ଚମୀ ପୂଜା ଆଡମ୍ବର ସହିତ ପାଳିତ ହୋଇଅଛି l ସବୁ barବର୍ଷ ପୂଜା 25/11/25 ମଙ୍ଗଳବାର ଠାରୁ ଆରମ୍ଭ ହୋଇ 28/11/25 ଶୁକ୍ରବାର ପର୍ଯନ୍ତ ହେବ l ଚଳିତ ବର୍ଷ ସବୁ ବର୍ଷା ପରି ପାଳିତ ହୋଇଛି l ଏ ପୂଜାର କର୍ତା ଭାବରେ ଅର୍ଜୁନ ରଣା ଓ ନୂଆଦେଇ ରଣା କାର୍ଯ୍ୟ ତୁଲାଇ ଥିଲେ l ସଭାପତି ଭାବରେ ହରିବୋଲ ରଣା ଓ ସମ୍ପାଦକ ଭାବେ ହୀରାଲାଲ ରଣା ସୁରୁଖୁରୁ ଭାବରେ କାର୍ଯ୍ୟ ତୁଲାଇଥିଲେ l ଆଜି ସମ୍ବର୍ଦ୍ଧନା ସଭା ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରିତମ ମେହେର ସମ୍ମନୀତି ଅତିଥି ଅବସରପ୍ରାପ୍ତ ଶିକ୍ଷକ ଭିକାରି ଚରଣ ରଣା ଯୋଗଦାନ କରିଥିଲେ l ସରୋଜ ରଣା, ପ୍ରକାଶ ରଣା, ନରସିଂହ ରଣା, ଯୋଗେନ୍ଦ୍ର ରଣା, ନେପାଳ ରଣା, ଅଚ୍ୟୁତ ରଣା, ସୁବାସ ରଣା, ଦେବାନନ୍ଦ ରଣା, ଲକ୍ଷ୍ମଣ ରଣା ଏବଂ ସମସ୍ତ ସମାଜ ଭାଇ ସହଯୋଗ କରିଥିଲେ l ବୈଠକ ରେ ଶିଶୁ ଓ ଅସହାୟ ବିଧବା ମାନଙ୍କୁ ସ୍କୁଲ ସାମଗ୍ରୀ ଓ ଶୀତ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏ ବର୍ଷ ପୂଜା ର ପୂଜକ ଭାବରେ ପଣ୍ଡିତ ପ୍ରଦୀପ ରଥ, ଡିଲେଶ୍ଵର ପଣ୍ଡା, ଶଙ୍ଖ ବାଦକ ଭକ୍ତ ପ୍ରସାଦ ମହାପାତ୍ର, ଗାୟିକା ଶ୍ରୀମତୀ ଆରତୀ ପଣ୍ଡା ଯୋଗଦାନ କରିଥିଲେ l ପ୍ରତେକ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ତା ହୋଇଥିଲା l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *