
ପାଳଲହଡା ୧୬/୧୧- ପାଳଲହଡା ଉପଖଣ୍ଡ ସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ସଂଘ ସଭାପତି ଖଗେଶ୍ବର ଦାସ ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା ଉପରେ ନିଜର ବକ୍ତବ୍ୟ ରଖିବା ସହ ପାଳଲହଡ଼ା ର ବିକାଶ ପାଇଁ ସମସ୍ତେ ଏକଜୁଟ ହେବା ପାଇଁ ଆହ୍ବାନ ଦେଇଥିଲେ। କନକ ଟିଭି ନିଉଜ୍ ଏଡ଼ିଟର ଭବାନୀ ଶଙ୍କର ମହାପାତ୍ର ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ସ୍ଵତନ୍ତ୍ର ଅତିଥି ଭବାନୀ ଶଙ୍କର ସାମ୍ବାଦିକତା ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ ସାମ୍ବାଦିକ ମାନେ କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟ ରେ ଆଲୋଚନା କରିଥିଲେ।ସଂଘର ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଭୟ ନାଏକ ମଞ୍ଚ ପରିଚାଳନା କରିଥିଲେ।ସଂଘ ପକ୍ଷରୁ ମୁଖ୍ୟ ଅତିଥି, ସ୍ଵତନ୍ତ୍ର ଅତିଥି ,ସମ୍ମାନିତ ଅତିଥି ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଂଘର ସଭାପତି ଖଗେଶ୍ୱର ଦାସ , ଉପସଭାପତି ରବି ନାରାୟଣ ପ୍ରଧାନ, ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ,ସହ ସମ୍ପାଦକ ଖଗେଶ୍ୱର ମହାନ୍ତ , କୋଷାଧକ୍ଷ ଦିବ୍ୟଜ୍ୟୋତି ଦାସ, କାର୍ଯ୍ୟକାରୀ ସଦସ୍ୟ ଦେବଦତ୍ତ ସାହୁ, ହରିଶ ଚନ୍ଦ୍ର ଦାସ,ସୁବ୍ରତ ଦାସ,ରଣଜିତ୍ ସାମଲ, ଶିବପ୍ରସାଦ ଆଚାର୍ଯ୍ୟ,ରଜନୀ ନାୟକ, ଭୂପେନ ନାଏକ, ଜ୍ୟୋତିପ୍ରସାଦ ସାମଲ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ରେ ପାଳଲହଡ଼ା ଅଞ୍ଚଳର ଦୁଇ ଶ୍ରେଷ୍ଟ ସ୍ଵୟଂ ସହାୟକ ଗୋଷ୍ଠୀ କାବେରୀ ଏସ ଏଚ ଜି ଏବଂ ଶ୍ରୀଦୁର୍ଗା ଏସ୍ ଏଚ୍ ଜି, ଶ୍ରେଷ୍ଟ କୃଷକ ଭାବେ ହୃଷୀକେଶ ପ୍ରଧାନ, ଓଡିଶା ପ୍ରଶାସନିକ ସେବା ରେ ସ୍ଥାନ ପାଇଥିବା ସ୍ମୃତିରଞ୍ଜନ ସାହୁ, ବିଶିଷ୍ଟ ସମାଜସେବୀ ଭାବେ ଘନଶ୍ୟାମ ନହରା ପ୍ରମୁଖ ଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ରେ ସଂଗଠନର ସଦସ୍ୟ ଦେବଦତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।